ଭୁବନେଶ୍ୱର: କରୋନା ଭାଇରସ୍ ସଂପର୍କରେ ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ ଖବର ପ୍ରସାରଣ କରିବା ଲାଗିି, ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନେଇ ଯେଉଁ ତଥ୍ୟ ଓ ସୂଚନା ଗଣମାଧ୍ୟମରେ ପ୍ରକାଶ ପାଉଛି କିମ୍ବା ପ୍ରସାରଣ ହେଉଛି ସେ ସଂକ୍ରାନ୍ତରେ ପ୍ରଥମେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ କରାଯାଉ ବୋଲି ଗତକାଲି କେନ୍ଦ୍ର ସରକାର କୋର୍ଟରେ ମତ ରଖିଥିଲେ ।
ବିଭିନ୍ନ ଗଣମାଧ୍ୟମ ସଂସ୍ଥା କରୋନା ସଂକ୍ରାନ୍ତ ତଥ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କର ଯେଉଁ ଅଧିକାରୀ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ନ ଜଣାଇ ଗଣମାଧ୍ୟମରେ କୌଣସି ଖବରର ପ୍ରଚାର ଓ ପ୍ରସାର କରାଇବା ଉଚିତ୍ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା। ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣମାଧ୍ୟମ ପ୍ରମାଣ ନଥିବା ଖବର ପ୍ରସାରଣ କରି ଆତଙ୍କ ସୃଷ୍ଟି କରିବା ଉଚିତ ନୁହେଁ।
ସୁପ୍ରିମକୋର୍ଟରେ ଯେଉଁ ପିଆଇଏଲ୍ ଦାଖଲ ହୋଇଥିଲା ଆଜି ଏନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ଗଣମାଧ୍ୟମରେ କେବଳ ସରକାରୀ ତଥ୍ୟ ଉପରେ ଗୁରୁତ୍ବ ଦେଇ କରୋନା ଖବର ପ୍ରକାଶ ନିମନ୍ତେ ଏହି ରିପୋର୍ଟରେ ସରକାର ଦୃଢ଼ ଯୁକ୍ତି ରଖିଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.