Home ରାଜ୍ୟ ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଳଦିକୁ ନେଇ ଛାତ୍ରୀ ଆନ୍ଦୋଳନ !

ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଳଦିକୁ ନେଇ ଛାତ୍ରୀ ଆନ୍ଦୋଳନ !

ବାଲେଶ୍ୱର: ଶିକ୍ଷକ ବଦଳିକୁ ନେଇ ଜୋର ଧରିଲା ଆନ୍ଦୋଳନ । ବାଲେଶ୍ୱର ଜିଲ୍ଲା ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଳଦିକୁ ନେଇ ରାଜରାସ୍ତାରେ ଅଡ଼ି କରିବସିଛନ୍ତି ଛାତ୍ରୀ । ଏପରିକି ଛାତ୍ରୀମାନେ ସ୍କୁଲ ଗେଟ୍ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି । ଏହି ସ୍କୁଲର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ ଖନ୍ତପଡ଼ା ବାଳିକା ବିଦ୍ୟାଳୟକୁ ବଦଳି କରାଯାଇଛି । ତେବେ ପରୀକ୍ଷା ନିକଟରେ ଥିବାରୁ ଶିକ୍ଷକ ବଦଳି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ଚିନ୍ତାରେ ଏପରି ଆନ୍ଦୋଳନ କରିଥିବା ଜଣାପଡ଼ିଛି । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ପିଲା ହଟିଥିଲେ ।