Home ରାଜ୍ୟ ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ପିଠା ଯୋଜନା, ଏହାର ସଫଳ ପାଇଁ ସଚିବାଳୟରେ...

ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ପିଠା ଯୋଜନା, ଏହାର ସଫଳ ପାଇଁ ସଚିବାଳୟରେ ସମୀକ୍ଷା ବୈଠକ !

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପିଠା ଯୋଜନା । ତେବେ ଏହି ଯୋଜନା ସରକାରୀ ଯୋଜନା ଗୁଡିକର ପାରଦର୍ଶିତା ବୃଦ୍ଧି ପାଇଁ ଗତକାଲିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପି-ଇ-ଇ-ଟି-ଏଚ୍-ଏ ବା ପିଠା ଯୋଜନା । ସେପଟେ ଏହି ଯୋଜନା କିଭଳି କାର‌୍ୟ୍ୟକାରୀ କରିବ ସେନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହୋଇଛି ସମୀକ୍ଷା ବୈଠକ । ରାଜ୍ୟ ସରକାରଙ୍କ ଏହି ଜନହିତକାରୀ ଯୋଜନାକୁ କିଭଳି ପଞ୍ଚାୟତସ୍ତରରେ ସଚେତନ କରାଇ ସଫଳଭାବେ କାର‌୍ୟ୍ୟ କରାଇ ହେବ ସେଥିପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ ।
ଅନ୍ୟପଟେ ଏହି ଯୋଜନାକୁ ପଞ୍ଚାୟତସ୍ତରରେ ସଫଳ ରୁପାୟନ ପାଇଁ ଆରମ୍ଭ ହେବ ୩ ମାସିଆ ରଣନୀତି । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀରେ ଏହି ସଚେତନତା କାର‌୍ୟ୍ୟକ୍ରମ କରାଯିବ ସହିତ ଜିଲ୍ଲାସ୍ତରରେ ଜିଲା୍ଲପାଳ ଓ ବ୍ଲକ ସ୍ତରରେ ବିଡିଓ ଦାୟିତ୍ୱ ନେବେ । ସରକାରଙ୍କ ‘ଥ୍ରୀ-ଟି’ ଅନୁଯାୟୀ ଏହି ଯୋଜନା କାମ କରିବ । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର‌୍ୟ୍ୟ କରିବ । ଏହାସହ ପ୍ରତି ପଂଚାୟତ ସ୍ତରରେ ଏଥିପାଇଁ କ୍ୟାମ୍ପ ଖୋଲାଯିବ । ସେପଟେ ପଞ୍ଚାୟତିରାଜ ସଚିବ କହିଛନ୍ତି , ପ୍ରତି ମାସ ୧୫ରୁ ୨୦ ତାରିଖ ପର‌୍ୟ୍ୟନ୍ତ ଏହି କ୍ୟାମ୍ପ ଚାଲିବ । ଅନ୍ୟପଟେ ରାଜ୍ୟ ସରକାର ଘୋଷଣା କରିଛନ୍ତି, ବ୍ଳକ ସ୍ତରରେ ଗୋଟିଏ ପଂଚାୟତକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ।