Home ରାଜ୍ୟ ରୋଗୀ ବେଶରେ ଆସିଲେ, ଡ଼ାକ୍ତରଙ୍କ ଘରୁ ଲୁଟିଲେ; ପଢନ୍ତୁ କିପରି କଲେ ଲୁଟ୍ !

ରୋଗୀ ବେଶରେ ଆସିଲେ, ଡ଼ାକ୍ତରଙ୍କ ଘରୁ ଲୁଟିଲେ; ପଢନ୍ତୁ କିପରି କଲେ ଲୁଟ୍ !


ନବରଙ୍ଗପୁର: ରୋଗୀ ବେଶରେ ଆସିଲେ, ଡ଼ାକ୍ତରଙ୍କ ଘରୁ ଲୁଟିଲେ । ଏପରି ଲୁଟ୍ର ଶିକାର ହେଲେ ଇନ୍ଦ୍ରାବତି ସହରର ସରକାରୀ ଡ଼ାକ୍ତର ପ୍ରଦୀପ୍ତ ପ୍ରହରାଜ । ଗତକାଲି ବିଳମ୍ବିତ ରାତିରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ରୋଗୀ ବେଶରେ ଡ଼ାକ୍ତରଙ୍କ ବାସଭବନକୁ ଆସି କଳାକନା ବୁଲାଇ ଦେଇଛନ୍ତି । ଦୁର୍ବୃତ୍ତମାନେ ରୋଗୀଙ୍କ ପରିଚୟ ଦେଇ ଘର ଭିତରକରୁ ଆସି ବନ୍ଧୁକ ଓ ଛୁରୀ ଦେଖାଇ ୪୦ହଜାର ଟଙ୍କା, ୫ ଭରି ସୁନା ଓ ୪ଟି ମୋବାଇଲ ଲୁଟିନେଇଛନ୍ତି । ଘଟଣାକୁ ନେଇ ଡ଼ାକ୍ତର ଇନ୍ଦ୍ରାବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ସାରା ଅଂଚଳରେ ଛାନଭିନ୍ ଆରମ୍ଭ କରିଛି ।