Home ରାଜ୍ୟ ଉପକୂଳ ଓଡ଼ିଶାରେ ନିଜର କାୟା ବିସ୍ତାର କରିଥିବା ନବୀନ ଏବେ ଉତ୍ତର ଓଡ଼ିଶା ମୁହାଁ !

ଉପକୂଳ ଓଡ଼ିଶାରେ ନିଜର କାୟା ବିସ୍ତାର କରିଥିବା ନବୀନ ଏବେ ଉତ୍ତର ଓଡ଼ିଶା ମୁହାଁ !

ବାରିପଦା: ଉତ୍ତର ଓଡ଼ିଶା ଟାର୍ଗେଟରେ ନବୀନ । ଉପକୂଳ ଓଡ଼ିଶାରେ ନିଜର କାୟା ବିସ୍ତାର କରିଥିବା ନବୀନ ଏବେ ଉତ୍ତର ଓଡ଼ିଶା ମୁହାଁ ହୋଇଛନ୍ତି । ଆଜି ମୟୂରଭଂଞ୍ଜ ଗସ୍ତ କରି ୧୧ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ବାରିପଦା ଛଉପଡ଼ିଆରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ଅବସରରେ ଚମ୍ପା ନଦୀ ଉପରେ ସେତୁ, ଉଦଳା ଚିକିତ୍ସାଳୟର ଉନ୍ନତିକରଣ ଓ ଶିଶୁ ଚିକିତ୍ସା କେନ୍ଦ୍ର ଉଦଘାଟନ କରିଛନ୍ତି । ବାରପଦା ମହିଳା ବିଦ୍ୟାଳୟର ଛାତ୍ରୀ ନିବାସର ଉନ୍ନତିକରଣ, ଓ ୩ଟି ପାଇପି ଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ମିଶନ ଶକ୍ତି ଯୋଜନାରେ ୨୦ହଜାର୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଲୋଖାଏ ସହାୟତା କରିଥିଲେ ନବୀନ । ଏପରି କାର‌୍ୟ୍ୟକ୍ରମରେ ଜିଲ୍ଲାର ହଜାର ହଜାର କର୍ମୀ ଯୋଗ ଦେବା ସହ ନବୀନଙ୍କୁ ପ୍ରଶାଂସା କରିଥିଲେ ।