Home ରାଜ୍ୟ ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ;କ୍ଷତିପୂରଣ ଦାବିରେ ଉତ୍ତେଜନା !

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ;କ୍ଷତିପୂରଣ ଦାବିରେ ଉତ୍ତେଜନା !

ବାଲେଶ୍ୱର ; ପୁଣି ପଦାକୁ ଆସିଲା ଦାଦନ ଯନ୍ତ୍ରଣା । ଦାଦନ ନେଲା ଆଉ ଏକ ଜୀବନ । ଗାଁରେ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ôଚବା ପରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରସିଂହପୁର ଗାଁର ଜଣେ ଶ୍ରମିକ ତେଲେଙ୍ଗାନା କରିମ ନଗର ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ମୃତ ଶ୍ରମିକ ଜଣକ ମନୋରଞ୍ଜନ ମହାପାତ୍ର । ସୂଚନାନୁସାରେ, ମନୋରଞ୍ଜନ ଗ୍ରାନାଇଟ୍ କ୍ୱାରିରେ କାମ କରୁଥିବା ସମୟରେ ପଥର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ କ୍ୱାରି ମାଲିକ ମୃତ୍ୟୁର ଗୋଟିଏ ଦିନ ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଗାଁ କୁ ପଠାଇବା ସହ ୧୫ ହଜାର ଟଙ୍କା ମଧ୍ୟ ପଠାଇଛନ୍ତି ।
ତେବେ ମୃତଦେହ ଗାଁରେ ପହଞ୍ôଚବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ୍ୟୁ ପରେ ତୁରନ୍ତ କାହିଁକି ପରିବାର ଲୋକଙ୍କୁ ଅବଗତ କରାଗଲା ନାହିଁ ଏବଂ ଅଧିକ କ୍ଷତିପୂରଣ ଦାବିରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।