Home ରାଜ୍ୟ ଲୁଣି ଅଞ୍ଚଳବାସିଙ୍କୁ ଯୋଗାଇ ଦେବେ ମିଠା ପାଣି, ସରକାର !

ଲୁଣି ଅଞ୍ଚଳବାସିଙ୍କୁ ଯୋଗାଇ ଦେବେ ମିଠା ପାଣି, ସରକାର !


ଭୁବନେଶ୍ୱର : ଲୁଣି ଅଂଚଳମାନଙ୍କରେ ଏବେ ସରକାର ଯୋଗାଇ ଦେବେ ମିଠା ପାଣି । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ସୁରମୁହଁଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏବଂ ଏହ ସହ ଏକ ବିରାଟ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପଟି ୨୪୧କୋଟି ଟଙ୍କାର । ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨ଶହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହା ଦ୍ୱାରା କେନ୍ଦ୍ରାପଡାବାସୀମାନେ ବିଶୁଦ୍ଧ ମିଠା ଜଳ ପାଇପାରିବେ । ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଏହାସହ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ ।