ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏହା ୧୩ ତାରିଖ ସନ୍ଧ୍ୟା ବେଳକୁ ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଅଭିମୁଖେ ଅଗ୍ରସର ହେବାସହିତ ୧୪ ଓ ୧୫ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ । ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ , ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ବର୍ଷିବ । ତେବେ ସମ୍ଭାବ୍ୟ ଝଡ଼ବର୍ଷକୁ ଦୃଷ୍ଟିରେ ରଖି ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ରାଜ୍ୟର ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଅବପାତ ଯୋଗୁଁ ପବନର ବେଗ ଧୀରେ ଧୀରେ ବଢ଼ିବ । ଅନ୍ୟପଟେ ୧୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ୧୩ ଓ ୧୪ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ୬୫ରୁ ୭୫ କିମିରେ ପହଞ୍ଚିବ। ୧୫ ତାରିଖରେ ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ୫୦ରୁ ୭୦ କିମି ରହିବ। ଏହି ସମୟରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବ। ପ୍ରତିଦିନ ୬୪.୫ ମିମିରୁ ୧୧୫.୫ ମିମି ବର୍ଷା ହେବ। ତେଣୁ ବୁଧବାରଠାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି
ସେପଟେଏହା ସ୍ଥଳ ଭାଗ ଛୁଇଁବା ପରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଗଞ୍ଜାମ, ନୟାଗଡ଼, ଗଜପତି, କୋରାପୁଟ ସମେତ ପୁରୀ, ଖୋର୍ଧା, ଜଗତ୍ସିଂହପୁର ଜିଲ୍ଲାରେ ବର୍ଷା ହେବ। ସେଭଳି ପବନ ହେବ ନାହିଁ।
ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବୁଧବାର ପୂର୍ବାହ୍ଣ ସୁଦ୍ଧା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୧୨ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ହାଲକା ବର୍ଷା ହୋଇଛି। ବରଗଡ଼ ଓ ନବରଙ୍ଗପୁରର ଗୋଟିଏ ଲେଖାଏ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୧୫ ତାରିଖ ପାଗ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ଏପାଖସେପାଖ ରହିବ ବୋଲି କୁହାଯାଇଛି।
ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ମୁହାଁ ହେଉଛି ଅବପାତ, ଏହାର ପ୍ରଭାବରେ ବର୍ଷିବ ପ୍ରବଳ ବର୍ଷା, ପାଣିପାଗବିଭାଗ ପକ୍ଷରୁ ଉକ୍ତ ଦୁଇ ରାଜ୍ୟର ମତ୍ସଜୀବୀଙ୍କୁ ସତର୍କତା !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.