Home ରାଜ୍ୟ ଅନ୍ୟ ରାଜ୍ୟରେ ଫସି ଯାଇଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

ଅନ୍ୟ ରାଜ୍ୟରେ ଫସି ଯାଇଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ସାରା ଦେଶରେ ୨୧ ଦିନ ପାଇଁ ଚାଲିଛି ଲକ୍ ଡାଉନ୍ । ଏଥିପାଇଁ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ଶହ ଶହ ଓଡିଆ ଲୋକ। ସେମାନଙ୍କ ମଧ୍ୟର କିଛି ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ରହିଛନ୍ତି । ବିଶେଷ କରି ଲକ୍ ଡ଼ାଉନ ପାଇଁ ଏହି ଓଡ଼ିଆମାନେ ବହୁ ହଇରାଣ ହେଉଥିବା ଜଣାପଡିଛି । ଏନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବିଧା ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଏହି ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିପାଇଁ ଗୃହ ସଚିବ ସଂଜୀବ ଚୋପ୍ରା ଓ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ରାଜ୍ୟର ବ୍ୟକ୍ତି ଓଡ଼ିଶାରେ ଥିଲେ ଜଣାଇବାକୁ ମଧ୍ୟ ନବୀନ କହିଛନ୍ତି । ଏଭଳି ଘଟଣାକୁ ନେଇ ସେ ସବୁବେଳେ ତତ୍ପର ଅଛନ୍ତି ଓ ଯଦି ସିଷ୍ଟମରେ କିଛି ବିଳମ୍ବ ହୁଏ ତେବେ ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସିଧାସଳଖ ତାଙ୍କ ସହ କଥା ହୋଇପାରିବେ ବୋଲି ନବୀନ କହିଛନ୍ତି ।