Home ରାଜ୍ୟ ଚିଟ ଫଣ୍ଡ ପଇସା ଫେରସ୍ତ କୁ ନେଇ ବିବାଦ !

ଚିଟ ଫଣ୍ଡ ପଇସା ଫେରସ୍ତ କୁ ନେଇ ବିବାଦ !

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ,ବାହାନଗା ତହସିଲ ରେ ଆଜି ସରକାର ଚିଟ୍ ଫଣ୍ଡ ପଇସା ଫେରସ୍ତ ପାଇଁ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଲଗାଇ ଡକରା ଦେଇଥିଲେ । କିନ୍ତୁ ଆଜି ଯେତେବେଳେ ଜମାକାରୀ ମାନେ ଆସି ଦେଖିଲେ ,ଆସିଥିବା ଲିଷ୍ଟ ରେ ନିଜର ନାମ କୁ ପାଇ ନଥିଲେ । ତେବେ ଏହି କାରଣରୁ ସେମାନଙ୍କ ମଧ୍ୟରେ ଉତେଜନା ବଢିବା ସହ ତହସିଲ ଗେଟରେ ତାଲା ପକାଇ ଦେଇଥିଲେ । ସେପଟେ ବିଭାଗୀୟ ଅଫିସରଙ୍କୁ ପଚାରିବାରୁ ସେ କହିଲେ ସବୁ ଲୋକଙ୍କର ନାମ ନାହିଁ ଯେତିକି ଅଛି ସେମାନଙ୍କର ଭେରୀଫିକେସନ ହେବ , କିନ୍ତୁ ମାଇକ ଯୋଗେ ପ୍ରଚାର ହେବାରୁ ସବୁ ଜମାକାରୀ ଆସି ଯାଇଛନ୍ତି । ଏଠାରେ କଥା ଉଠୁଛିକି ସରକାର କାହାକୁ ଟଙ୍କା ଫେରସ୍ତ କରିବେ ଆଉ କାହାକୁ କରିବେନି କିଛି ଜଣା ପଡୁନାହିଁ । ଫଳରେ ଜମାକାରୀ ମାନେ ପଇସା ପାଇବା ଆଶାରେ ହନ୍ତସନ୍ତ ହେଉଛନ୍ତି ।