Home ରାଜ୍ୟ ଭଦ୍ରକ-ଚାନ୍ଦବାଲି ରାସ୍ତା ତିହିଡ଼ି ସିନେମା ହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା !

ଭଦ୍ରକ-ଚାନ୍ଦବାଲି ରାସ୍ତା ତିହିଡ଼ି ସିନେମା ହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା !

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତା ତିହିଡ଼ି ସିନେମା ହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବଜାରରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛପଟୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଦିଲ୍ଲୀପ ରାଉତ, ଏ .କେ ପୁହାଣ ଓ ଆହତ ହେଉଛନ୍ତି ବିଚିତ୍ର ପାଢୀ । ମୃତ ଡ଼ାଇଭର ଗେଲପୁର ଅଂଚଳର ଦିଲ୍ଲୀପ ରାଉତ ହୋଇଥିବା ବେଳେ ଅନ୍ୟଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ବିଚିତ୍ର ପାଢୀ । ସେ ଆ.ୟୋ.ସି.ଏଲରୁ କାର୍ଯ୍ୟ ସାରି ଫେରିବା ସମୟରେ ଦୁର୍ଘଟଣା ହେଇଥିବା ଜଣାପଡ଼ିଛି ।