Home ରାଜ୍ୟ କାଳିଆ କରିଛି ବାଇ; ଆସିଲା ନି ଗାଡ଼ି ଯାଇ ପାରିଲେ ନି ଚାଷୀ ସମାବେଶକୁ ,...

କାଳିଆ କରିଛି ବାଇ; ଆସିଲା ନି ଗାଡ଼ି ଯାଇ ପାରିଲେ ନି ଚାଷୀ ସମାବେଶକୁ , ରୋକିଲେ ରାସ୍ତା !

କେନ୍ଦୁଝର: ଆଜି ଅପରାହ୍ନରେ ଆନନ୍ଦପୁର ପଣ୍ଡାପଡ଼ାରେ ଚାଷୀ ସମାଦେଶ ଅବସରରେ ଚଳଚଂଚଳ ହେଉଛି କେନ୍ଦୁଝର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ହଜାର ହଜାର ଚାଷୀ ଯୋଗ ଦେଇଥିବା ବେଳେ ଟିକେ ବେତିକ୍ରମ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନେତା ମାନେ ଗାଡ଼ି ପଠାଇଥିବା ବେଳେ କୋଣସି କାରଣ ବସତଃ ଗାଡ଼ି ଯାଇ ପାରିନଥିଲା । ଯାହା ଦ୍ୱାରା ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀମାନେ ଯୋଗ ଦେଇ ପାରି ନଥିଲେ । ଯାହାକୁ ନେଇ କର୍ମୀ ମହଲରେ ତିବ୍ର ଅସନ୍ତୋସ ପ୍ରକାଶ ପାଇବା ସହ ଜନ ଅସନ୍ତୋସ ପ୍ରକାଶ ପାଇଥିଲା । ଏପରି ମହିଳାମାନେ ଓରାଲି, ହାଟଡ଼ିହି ଓ ଢେଙ୍କାରରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଯାହାଦ୍ୱାରା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ବିଶେଷକରୀ କାଳିଆ ଯୋଜନାରେ କର୍ମୀମାନେ ଯିବାକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଗାଡ଼ି ନଆସିବାରୁ ଏପରି ଜନଅସନ୍ତୋଷ ଦେଖିବାକୁ ମିଳିଥିଲା ।