ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ବ୍ୟାପକ ପ୍ରସ୍ତୁତି ହୋଇସାରିଛି। ମୋଟ୍ ୨୦୬ ଶଯ୍ୟା ସହ ୨୦ଟି ଭେଣ୍ଟିଲେଟର୍ ପ୍ରସ୍ତୁତ ହୋଇ ରହିଛି। ଖୁବ୍ ଶୀଘ୍ର ଆଉ ୨୦ ଭେଣ୍ଟିଲେଟର ଅଣାଯିବାକୁ ସମସ୍ତ ବ୍ୟବସ୍ଥା ହୋଇ ସାରିଛି। ଅନ୍ୟପକ୍ଷରେ ଏମ୍ସରେ ଚିକିତ୍ସାଧୀନ ଥିବା ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ରକ୍ତ ପରୀକ୍ଷାରୁ ନେଗେଟିଭ୍ ସୂଚନା ଆସିଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ଣରେ ନିର୍ଦେଶିକା ଗୀତାଞ୍ଜଳି ପଦ୍ମନାଭନ୍ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ ଏବେ ଆୟୁଷ ବିଲ୍ଡିଂକୁ(୨୦ ଶଯ୍ୟା ଓ ୨୦ ଭେଣ୍ଟିଲେଟର୍) ପୂରା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯାଇଛି। ଏଥିସହ ସମସ୍ତ ପ୍ରାଇଭେଟ୍ ୱାର୍ଡର ୩୬ ଶଯ୍ୟା ଓ ଜେ- ବ୍ଲକର ୧୫୦ ଶଯ୍ୟାକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଛି। ଏବେ ୨୦ ଭେଣ୍ଟିଲେଟର୍ ରହିଛି ଓ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୦ଟି ଭେଣ୍ଟିଲେଟର୍ ଆସିଯିବ ବୋଲି ସେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏମ୍ସର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସୁରକ୍ଷା କର୍ମୀଙ୍କ ପାଇଁ ଆବଶ୍ୟକ ପିପିଇ ଓ ମାସ୍କ ମହଜୁଦ୍ ରହିଛି। ପିପିଇ ବ୍ୟବହାରକୁ ନେଇ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଛି। ଗତ କିଛି ଦିନ ପୂର୍ବରୁ ଏଠାରେ କରୋନା ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା କରାଯାଉଛି ଓ ଏଥିପାଇଁ ସନ୍ଦିଗ୍ଧଙ୍କୁ ବେଶ୍ କମ୍ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ଏମ୍ସରେ କରୋନା ପାଇଁ ୨୦୬ ଶଯ୍ୟା ସହ ୨୦ ଭେଣ୍ଟିଲେଟର ପ୍ରସ୍ତୁତ
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.