Home ଦେଶ- ବିଦେଶ କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାରେ ବିଷାକ୍ତ ପ୍ରସାଦ ଖାଇ ମରିବା ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ...

କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାରେ ବିଷାକ୍ତ ପ୍ରସାଦ ଖାଇ ମରିବା ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ ,ଏବେବି ୯୦ ଅସୁସ୍ଥ !

ବେଙ୍ଗାଲୁରୁ: ୧୧ ଜଣ ମୃତ୍ୟୁ ଘଟଣାରେ ଗିରଫ ୨ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଥିଲା କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାରେ । ସୂଚନା ମୁତାବକ, ଚାମରାଜାନଗର ଜିଲ୍ଲାର ଏକ ମନ୍ଦିରରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିଲା । ଯେଉଁଥିରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ତିଆରୀ କରାଯାଇଥିଲା । କିନ୍ତୁ ଅନ୍ନ ପ୍ରସାଦ ବିଷାକ୍ତ ହୋଇଯାଇଥିଲା । ଯାହାକୁ ଖାଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ରୁ ଅତ୍ୟଧିକ ଲୋକ ଅସୁସ୍ଥ ହୋଇପଡିଥିଲେ ।ତେବେ ଏହି ଘଟଣାକୁ ନେଇ ପୁଲି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୫ଜଣଙ୍କୁ ପୁଲିସ ଖୋଜାଖୋଜି କରୁଛି । ତେବେ ମୃତ୍ୟୁ ହୋଇଥିବା ୧୧ ଜଣ ମଧ୍ୟରୁ ୨ ଟି ଛୋଟ ପିଲା ରହିଥିଲେ । ସେପଟେ ଏବେବି ୯୦ ଜଣ ଚିକିତ୍ସାଧୀନ ହେଉଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ସେମାନଙ୍କୁ ଟମାଟୋ ଭାତ ଏବଂ ବାସ୍ନାଯୁକ୍ତ ପାଣି ମଧ୍ୟ ପିଇବାକୁ ଦିଆଯାଇଥିଲା । ଯାହା ଫଳରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଅନ୍ୟପଟେ ଏହି ହୃଦୟ ବିଦାରକ ଘଟଣା ପରେ ସେଠାକୁ ଯାଇଥିବା ଜଣେ ମନ୍ତ୍ରୀ ପୁଟ୍ଟାରାଙ୍ଗା ସେଟ୍ଟି କହିଛନ୍ତି , ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ରହିଥିବାରୁ ଗୋଟିଏ ଗୋଷ୍ଠୀ ଏପରିକି କରିଥାଉପାରେ । କିନ୍ତୁ ଡାକ୍ତରମାନେ ସନ୍ଦେହ କରୁଛନ୍ତି କି ଅନ୍ନ ରେ କୀଟନାଶକ ଓ ÷÷ାଷଧ ମିଶାଯାଇଛି । ତେବେ ଏହି ସମାନ ତଥ୍ୟ ମଧ୍ୟ ପୁଲିସ ଦେଇଛି ।