ଲକଡାଉନ୍ ସମୟରେ କୃଷି କାର୍ଯ୍ୟ ଲାଗି ନିୟମ କୋହଳ : ଏସଆରସି ପ୍ରଦୀପ ଜେନା

Odisha Hot News
1 Min Read

ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟ ଲାଗି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ।
କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ନେଇଛନ୍ତି । ଧାନ ବୁଣିବା ଏବଂ ଅମଳ କରିପାରିବେ ଚାଷୀ । ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ବ୍ୟବହାର ହୋଇପାରିବ ପ୍ରଦୀପ ଜେନା କହିଛନ୍ତି ।
ଏହା ସହିତ ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ଖୋଲା ରହିବ, ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ, ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି। ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି।
ଠିକ୍ ସେହିପରି ଲକଡାଉନ ସମୟରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରହିବା ସହିତ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ କାମ ଚାଲୁ ରହିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା

Share This Article
Leave a Comment