କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଟୋଲ୍‌ ଆଦାୟ ବନ୍ଦ

Odisha Hot News
0 Min Read

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ବଢ଼ାଇବାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଦେଶବ୍ୟାପୀ ଟୋଲ୍‌ ଆଦାୟ କିଛିଦିନ ପାଇଁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଏସମ୍ପର୍କରେ ଗଡ଼କରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ଏଗଭଳି କରାଯାଇଥିବା ସେ କହିଛନ୍ତି।

Share This Article
Leave a Comment