ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ

Odisha Hot News
1 Min Read

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସଞ୍ଜୟ ଦାସବର୍ମାଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀର ମର୍ଯ୍ୟାଦା।

ନୂଆ ଦାୟିତ୍ୱ ମିଳିବା ପରେ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଯୋଜନା ବୋର୍ଡକୁ ନୂଆ ରୂପ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଜନା ବୋର୍ଡକୁ କିପରି ଅଧିକ କ୍ରିୟାଶୀଳ କରି ହେବ ସେ ନେଇ ଯୋଜନା କରାଯିବ ଏବଂ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବି .ସେ ଆଲୋଚନା କରିବେ। ଯୋଜନା ବୋର୍ଡକୁ ଏକ ନୂଆ ରୂପ ଓ କଳେବର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ସଞ୍ଜୟ ଦାସବର୍ମା ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ତାଙ୍କ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ ହୋଇଥିଲେ। ସଞ୍ଜୟ ଦାସବର୍ମା  ପୂର୍ବରୁ ବିଜେଡିରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ  ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ। ସେ  ବିଜେଡି ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
Share This Article
Leave a Comment