‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’ : ୫-ଟି ସଚିବ

Odisha Hot News
2 Min Read

ବାରିପଦା :  ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ୱାର୍ଡକୁ ଯାଇ ରୋଗୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ମେଡିକାଲ କଲେଜର ରୋଗୀମାନେ କିଭଳି ସେବା ପାଉଛନ୍ତିି ସେ ନେଇ ପଚାରି ବୁଝିଥିଲେ। ପରେ ମେଡିକାଲ କଲେଜର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହିତ ଆଲୋଚନା କରି ଆସନ୍ତା ୪ ମାସ ମଧ୍ୟରେ ମେଡିକାଲ କଲେଜର ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରି ରାଜ୍ୟରେ ଭଲ ର଼୍ୟାଙ୍କ ଆଣିବାକୁ କହିଥିଲେ। ଏହି ଅବସରରେ ଏଠାରେ ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ଡାକ୍ତରମାନେ ଜଣାଇଥିଲେ। ମେଡିକାଲ କଲେଜରେ ଯେକୌଣସି ଆବଶ୍ୟକତା ସମ୍ପର୍କରେ ଜିଲାପାଳଙ୍କ ଜରିଆରେ ତାଙ୍କୁ ଅବଗତ କରାଗଲେ ସେ ସମାଧାନ କରିବେ ବୋଲି ପ୍ରକାଶ କରିିଥିଲେ।
୫-ଟି ସଚିବ ମେଡିକାଲ କଲେଜ ପରିଦର୍ଶନ କରିବା ପରେ ସ୍ଥିତି ପରଖି ସନ୍ତୁଷ୍ଟ ହୋଇଛନ୍ତି ବୋଲି ଜିଲାପାଳ ବିନିତ ଭରଦ୍ୱାଜ ସୂଚନା ଦେଇଛନ୍ତିି। ୫-ଟି ସଚିବଙ୍କ ସହିତ ରାଜ୍ୟ ସରକାରଙ୍କ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଆସିଥିଲେ। ଅପରାହ୍ନ ୩ଟା୫୦ରେ ହେଲିକପ୍ଟର ଯୋଗେ ଆସି ସେ ବାରିପଦା ଛଉ ପଡ଼ିିଆଠାରେ ଓହ୍ଲାଇଥିଲେ। ୪ଟା ୫ରେ ମେଡିକାଲ କଲେଜରେ ପହଞ୍ଚି ୨୦ ମିନିଟ ରହିଥିଲେ। ସେଠାରେ ବୈଠକ ସାରି ମେଡିକାଲ କଲେଜରୁ ଛଉ ପଡ଼ିଆସ୍ଥିତ ହ୍ୟାଲିପ୍ୟାଡକୁ ଫେରିଥିଲେ। ପରେ ୪ଟା୪୦ରେ ସେ ଭୁବନେଶ୍ୱର ଫେରିଯାଇଥିଲେ। ୫-ଟି ସଚିବଙ୍କ ଏହି ଗସ୍ତ ବେଳେ ଜିଲାପାଳ ବିନୀତ ଭରଦ୍ୱାଜ, ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା, ମେଡିକାଲ କଲେଜ ସୁପରିଟେଣ୍ଡଣ୍ଟ ଡା. ବିଏନ ମହାପାତ୍ର, ସିଡିଏମଓ ଡା.ପ୍ରଦୀପ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ ମହାନ୍ତି, ହସ୍ପିଟାଲ ମ୍ୟାନେଜର ଡା.ବିନୋଦିନୀ ଦାଶ, ଡା.ସମୀର ମହାପାତ୍ର, ବିଭିନ୍ନ ବିଭାଗର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଛଉ ପଡ଼ିିଆରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା।

Share This Article
Leave a Comment