ପେଟର ଭୋକ ଦାଦନ କଲା , ଦାଦନ ହୋଇ ଜୀବନ ଗଲା !

Odisha Hot News
1 Min Read

କଳାହାଣ୍ଡି: ପେଟର ଭୋକ ଦାଦନ କଲା , ଦାଦନ ହୋଇ ଜୀବନ ଗଲା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚାରବାହାଲ ଗାଁରେ ଏପରି ଦାଦନର ଦୁଃଖ ଦେଖିବାକୁ ମିଳିଛି । ଗାଁର ଦୀପକ ତାଣ୍ଡି ଗତ ୪ମାସ ତଳେ ହାଇଦ୍ରାବାଦର କୁକୁଡ଼ାପାଳ ନିକଟରେ ଏକ ଚକଲେଟ୍ କମ୍ପାନୀରେ କାମ କରୁଥିଲେ । ସୂଚନାଅନୁଯାୟୀ କାମ କରୁଥିବା ସମୟରେ ଦୀପକ ହଠାତ୍ ପେଟ ଯନ୍ତ୍ରଣା ହୋଇଥିଲା । ସାଙ୍ଗମାନେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ସଂନ୍ଧ୍ୟାରେ ଦୀପକଙ୍କ ମରଶରୀର ଚାରବାହାଲ ପହଂଚିଥିଲା । ଏହା ପରେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

Share This Article
Leave a Comment