କଳାହାଣ୍ଡି ଗସ୍ତରେ ରାଜ୍ୟପାଳ ଗଣେଷି ଲାଲ୍ !

Odisha Hot News
1 Min Read


କଳାହାଣ୍ଡି ; ରାଜ୍ୟପାଳଙ୍କ କଳାହାଣ୍ଡି ଗସ୍ତ । ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ସକାଳ ୯ଟାରେ ବଲାଙ୍ଗିର ଜିଲ୍ଲା ବଡ଼ମାଲ ସ୍ଥିତ ଗୋଲାବାରୁଦ କାରଖାନାର ବଙ୍ଗଳା ଠାରୁ ବାହାରି ତୁଣ୍ଡଲା ସ୍ଥିତ ସରକାରୀ ହାଇସ୍କୁଲରେ ପହଞ୍ଚିଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ତୁଣ୍ଡଲା ଗ୍ରାମ ପଞ୍ଚାୟତକୁ ଯାଇ ସେଠାରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମିଳିତ ପଞ୍ଚାୟତ ହାଇସ୍କୁଲ ମୁସ୍କୁଟିର ସ୍ୱର୍ଣ୍ଣ ଜୟନ୍ତୀ କାର‌୍ୟ୍ୟକ୍ରମରେ ଯୋଗଦେଇ ଆଦିବାସୀ ବହୁଳ ଅଞ୍ଚଳ ମଟୋଗଣ୍ଡାର ବିବେକାନନ୍ଦ ବିଦ୍ୟାପିଠ କୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏମ୍.ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମର ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଦ୍ୱିପ୍ରହରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା ପରେ ମାଣିକେଶ୍ଵରୀ ହାଇସ୍କୁଲର ସ୍ୱର୍ଣ୍ଣ ଜୟନ୍ତୀ କାର‌୍ୟ୍ୟକ୍ରମରେ ଯୋଗଦେଇ ପ୍ରତ୍ୟାବର୍ତ୍ତନ କରିବାର କାର‌୍ୟ୍ୟକ୍ରମ ରହିଛି ।

Share This Article
Leave a Comment