Home ଆଜିର ରାଶିଫଳ ଆଜିର ରାଶିଫଳ

ଆଜିର ରାଶିଫଳ

ମାର୍ଚ୍ଚ ୦୯ତାରିଖ ୨୦୧୯ମସିହା (ଶନିବାର)

କାଳବେଳା -ଦିବା ଘ୦୭/୩୨ମଧ୍ୟେଓ ଘ୦୪/୨୭ ଗତେ ଘ୦୫/୫୨ମଧ୍ୟେ
ବାରବେଳା-ଦିବା ଘ୦୧/୩୭ ଗତେ ଘ୦୨/୫୮ମଧ୍ୟେ
ଅମୃତବେଳା –  ଦିବା
ଘ୧୧/୫୭ ଗତେ ଘ୦୧/୨୬ମଧ୍ୟେ ଓ ଘ୦୩/୦୨ ଗତେ ଘ୦୪/୨୫ମଧ୍ୟେ
ମାହେନ୍ଦ୍ର ବେଳା- ଦିବା
ଘ୦୭/୩୨ ଗତେ ଘ୦୮/୫୯ମଧ୍ୟେ ଓ ରାତ୍ରି ଘ୦୭/୨୪ ଘ୦୮/୫୫ମଧ୍ୟେ

ମେଷ
ଆଜି ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି। ମାତ୍ର ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ନିକଟ ସମ୍ପର୍କୀୟମାନଙ୍କ ଉପରେ ଭରସା କରି କୈାଣସି କାମ କରିପାରିବେ ନାହିଁ ।

ବୃଷ
ଆଜି ଆପଣଙ୍କ ଅଭିଳାଷକୁ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆପଣ ଯାହା ପାଇଁ ବହୁତ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ ସେହି ବ୍ୟକ୍ତି ହିଁ ଆପଣଙ୍କ ଶତ୍ରୁତା କରିପାରନ୍ତି। ପ୍ରଶାସନ, ପ୍ରକାଶନ, ସଙ୍ଗୀତ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।

ମିଥୁନ
ଆଜି ବିଶେଷ କାରଣ ନ ଥାଇ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇ ପାରନ୍ତି। ପରିବାର ଭିତରେ ପୁରୁଣା କଥାର ଆଲୋଚନା ହିଁ କଳହର କାରଣ ହୋଇପାରେ। ପୁରାତନ ରୋଗର ପୀଡା ଯୋଗୁ କାମ କରିବାକୁ ନିରୁତ୍ସାହିତ ହେବେ।

କର୍କଟ
ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ ହେବ । ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିମାନେ ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟୁ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ଚେଷ୍ଟିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ସିଂହ
କୌଣସି ବନ୍ଧୁଙ୍କ ପ୍ରତି ଅତ୍ୟଧିକ ଅନୁରକ୍ତି ପାଖ,ପଡୋଶୀଙ୍କ ଗାତ୍ରଦାହର କାରଣ ହୋଇପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ବଢିଯିବା କାରଣରୁ ମାନସିକ ଅସ୍ଥିରତା ଅବଶ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।

କନ୍ୟା
ଆଜି ଆପଣ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। କୌଣସି କର୍ମଚାରୀ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ତାହାର ଆପଣଙ୍କ ପ୍ରତି ଥିବା ଭଲ ମନୋଭାବକୁ ବଦଳାଇଦେବ। ବ୍ୟବସାୟ, ପରିବହନ, ମାଲି ମକଦ୍ଦମାରେ କ୍ରମଶଃ ଉନ୍ନତି କରିବେ।

ତୁଳା
ଆପଣଙ୍କ ମନ ଯେପରି କାମ ମଧ୍ୟ ତଦନୁରୂପ ହେବା କାରଣରୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ଚିତ୍ରା ନକ୍ଷତ୍ର ସକାଶେ ଯେତେ ସହଜ ଓ ସରଳରେ କାମଟି ହାସଲ କରିବା ସକାଶେ ଭାବୁଛନ୍ତି, ବାସ୍ତବ କ୍ଷେତ୍ରରେ ତାହା ସହଜସାଧ୍ୟ ହୋଇ ନ ପାରେ। ଦୀର୍ଘ ମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ ।

ବିଛା
ଆଜି ଧନହାନି ସାଙ୍ଗକୁ ଆପଣଙ୍କ କଥାବାର୍ତ୍ତା ଅନ୍ୟମାନଙ୍କ ଗ୍ରହଣୀୟ ହୋଇ ନ ପାରେ। ସମୟ ସେତେଟା ଭଲ ନ ଥିଲେ ମଧ୍ୟ ଆପଣ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରି ପାରନ୍ତି। ବିଶ୍ୱାସର ସହ କାମ କରି ଚାଲନ୍ତୁ, ବନ୍ଧୁଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।

ଧନୁ
ଆଜି ପାରିବାରିକ କ୍ଷେତ୍ରରେ ତଥା କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ବହୁତ ଦିନରୁ ବନ୍ଧୁଙ୍କ ପାଖରେ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ହେତୁ ଆଗାମୀ ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି।

ମକର
ଆଜି ଆପଣଙ୍କ ମନ ଅନୁଯାୟୀ ପ୍ରତ୍ୟେକ କାମ ସମ୍ପାଦିତ ହେବାରୁ ଖୁସୀ ରହିବେ। ସଭାସମିତି, କଳା, କ୍ରୀଡା, ସଙ୍ଗୀତ ଚର୍ଚ୍ଚା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଧନିଷ୍ଠା ନକ୍ଷତ୍ର ସକାଶେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।

କୁମ୍ଭ
ଆଜି ଆପଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂରଣ କରିବାରେ ସମର୍ଥ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ। ସହନଶୀଳତା ଗୁଣରୁ ପ୍ରଶଂସିତ ହେବା ସାଙ୍ଗକୁ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।

ମୀନ
ଆଜି ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିବା ଦ୍ୱାରା କାମଗୁଡିକୁ ସହଜରେ ସାଧନ କରିପାରିବେ। ବ୍ୟସ୍ତତା ପରିହାର କରି ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ଭଲ ହେବ । ପ୍ରତ୍ୟୁଷ ଯାତ୍ରା ଓ ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇପାରନ୍ତି