Home ରାଜ୍ୟ ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ। ଏ ନେଇ ଶୁକ୍ରବାରଠାରୁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ। ୨୬ରେ ହେବ ନିର୍ବାଚନ।

ଇତିମଧ୍ୟରେ ଓଡ଼ିଶାରେ ରାଜ୍ୟସଭା ପାଇଁ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ଆଉ ଏଥିପାଇଁ ବିଜେଡି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା । ରମେଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି ।
ଠିକ୍ ସେହିପରି ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୁଳମଣି ସାମଲ ଆସି ଲବି କରିଥିବା ଜଣାପଡ଼ିଥିଲା । ଅପରପକ୍ଷରେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।