Home ରାଜ୍ୟ ସୁରତରୁ ୪ଟି ବସରେ ୨୧୬ ଜଣ ପ୍ରବାସୀ ଓଡ଼ିଆ ବାହାରିଲେ ଗଞ୍ଜାମ ଶ୍ରମିକ

ସୁରତରୁ ୪ଟି ବସରେ ୨୧୬ ଜଣ ପ୍ରବାସୀ ଓଡ଼ିଆ ବାହାରିଲେ ଗଞ୍ଜାମ ଶ୍ରମିକ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କର ଆରମ୍ଭ ହେଲା ବାହୁଡା ଯାତ୍ରା।୪ ବସ ରେ ଅଛନ୍ତି ୨୧୬ ଜଣ ପ୍ରବାସୀ ଓଡ଼ିଆ। ସ୍ଥାନୀୟ ପ୍ରଶାସନର ଅନୁମତି ପରେ ବାହୁଡା ଯାତ୍ରା ଆରମ୍ଭ ହୋଇଛି । ନିଜ ଖର୍ଚ୍ଚରେ ବସ ଭଡା କରି ଆସୁଛନ୍ତି ଓଡିଶା।

ଏହି ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ବ୍ରହ୍ମଣଛାଇ ଗ୍ରାମର ୪୦ ରୁ ୪୫ ଜଣ ଅଛନ୍ତି । ସୁରତ ହାଉସିଙ୍ଗ ଓ ଗଣେଶନଗର ଇଲାକା ରୁ ୪ଟି ବସ ରେ ଶ୍ରମିକମାନେ ମାସ୍କ ଓ ଗ୍ଲୋବସ ପିନ୍ଧି ବସ ରେ ଆସୁଛନ୍ତି । ଏଥିପାଇଁ ଜଣକ ପିଛା ୩୫୦୦ ଟଙ୍କା ଚାନ୍ଦା ଆଦାୟ କରାଯାଇଛି।

ସୁରତରୁ ଫେରିବା ପରେ ସରକାରୀ ଆଇନ ଅନୁଯାୟୀ ସମସ୍ତଙ୍କୁ ୧୪ ଦିନ ଲାଗି ସରକାରୀ କ୍ୱାରେଣ୍ଟଇନେ ରେ ରଖାଯିବ। ଏହା ପରେ ମେଡିକାଲ ଟିମ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।