ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟାଶନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ ଇଣ୍ଡିଆ(ଏନ୍ଏସ୍ୟୁଆଇ) ପକ୍ଷରୁ ଇତିଶଙ୍କୁ ରବିବାର ଦଳରୁ ନିଲମ୍ବିତ କରିଦିଆଯାଇଛି। ସଙ୍ଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଏନ୍ଏସୟୁଆଇ ଜାତୀୟ ସମ୍ପାଦକ ମୋତହା ରୋହିତ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଗତ ୧୨ ତାରିଖରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ଇତିଶ ସିଧାସଳଖ ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ। ବହିଷ୍କୃତ ହେବାପରେ ଇତିଶ କହିଛନ୍ତି, ସତ କହିବାପରେ ଏଭଳି ପୁରସ୍କାର ମିଳିଛି। ସାଢ଼େ ୪ ବର୍ଷ ଛାତ୍ର କଂଗ୍ରେସ ସଭାପତି ରହିଛି। କଂଗ୍ରେସକୁ ଯିଏ କ୍ଷତି ପହଞ୍ଚାଇବ ତା ବିରୋଧରେ ଲଢିବି। ଏନ୍ଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି, କଂଗ୍ରେସରୁ ନୁହେଁ। ନିରଞ୍ଜନ ବାବୁଙ୍କୁ ୨୦୧୨ରେ ହଠାତ୍ ପିସିସି ସଭାପତି ପଦରୁ କାଢି ଦିଆଯାଇଥିଲା। ସେଥିଲାଗି ସେ ରାଗ ଶୁଝାଇବା ପାଇଁ ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଇତିଶ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଇତିଶ ଗତ ୧୨ତାରିଖରେ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ। ଏହାର ଦିନକ ପରେ ଇତିଶ ହତୋତ୍ସାହିତ ହୋଇ ପିଲାଳିଆମି କଥା କହୁଛନ୍ତି ବୋଲି ନିରଞ୍ଜନ କହିଥିଲେ।
ପ୍ରାଥମିକ ସଦସ୍ୟ ପଦରୁ ଇତିଶଙ୍କୁ ନିଲମ୍ବନ କଲା ଏନ୍ଏସୟୁଆଇ
Leave a Comment
Leave a Comment
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
