Home ରାଜ୍ୟ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସିଏମ୍‌ଓର ପରାମର୍ଶ: ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ହ୍ରାସ/ସ୍ଥଗିତ...

ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସିଏମ୍‌ଓର ପରାମର୍ଶ: ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ହ୍ରାସ/ସ୍ଥଗିତ ରଖାଯାଉ

ଭୁବନେଶ୍ବର: ଲକଡାଉନ୍ ଏବଂ କୋଭିଡ୍-୧୯ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତିସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିଂବା ଫି’ ପୈଠ ତାରିଖ ପରିବର୍ତ୍ତନ କରିବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି।

କରୋନାଭାଇରସ୍‌ ସଂକ୍ରମଣ ପ୍ରତିରୋଧ କରିବାକୁ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରତିକୂଳ ଭାବେ ରୋଜଗାର ପ୍ରଭାବିତ ହୋଇଥିବା ଅଭିଭାବକମାନଙ୍କୁ ଏହା ସହାୟକ ହେବ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଟୁଇଟରେ କୁହାଯାଇଛି।