ଭୁବନେଶ୍ବର : ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାଲଟିଥିବା ପାଟକୁରାରେ ଆସନ୍ତା ଶନିବାର ଭୋଟ୍ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏଥିପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ମତଦାତାଙ୍କୁ ବହୁ ମନଲୋଭା ପ୍ରତିଶ୍ରୁତି ଦେଇ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ପ୍ରଚାର କରିଛନ୍ତି। ସମସ୍ତଙ୍କ ମନରେ ଜିତିବାର ଆଶା ଥିବାବେଳେ ଅପେକ୍ଷା ୨୪ତାରିଖ ଭୋଟ୍ ଗଣତିକୁ।
ପାଟକୁରା ବିଧାନସଭା ପାଇଁ ଦୁଇ ଥର ମତଦାନ ଘୁଞ୍ଚିବା ପରେ ୨୦ତାରିଖରେ ମତଦାନ ହେବାକୁ ସ୍ଥିିର ହୋଇଛି। ୨ଲକ୍ଷ ୪୪ହଜାର ୭୪୭ ମତଦାତା ଥିବା ଏହି ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥ୍ରେ ମତଦାନ ହେବ। ଏଥିରେ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଯେଉଁଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ବିଜେଡିର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।
ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପାଟକୁରାରେ ଏଥର ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ ଭୋଟର ଥିବାବେଳେ ୧ଲକ୍ଷ ୧୭ହଜାର ୩୦୬ଜଣ ମହିଳା ଭୋଟର ଅଛନ୍ତି। ୧୦ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି। ୩୦୯ଟି ବୁଥ୍ରେ ନିର୍ବାଚନ ପରିଚାଳନା କରିବା ପାଇଁ ୧୭୦୦ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୫ଜଣ ଜୋନାଲ ସେକ୍ଟର ମାଜିେଷ୍ଟ୍ରଟ୍, ପୋଲିଂ ଅଧିକାରୀ, ଇଭିଏମ୍, ସୁରକ୍ଷାକର୍ମୀଙ୍କ ଯାତାୟତ ପାଇଁ ୪୬୬ଗାଡ଼ି ମୁତୟନ କରାଯାଇଛି।
ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ୪ କମ୍ପାନି ସିଏପିଏଫ୍ ମୁତୟନ କରାଯିବା ସହ ୩୧ଟି ବୁଥ୍ରେ ୱେବ୍ କାଷ୍ଟିଂ, ୪୦ଟି ଜାଗାରେ ସିସିଟିଭି, ୫୨ଜଣ ମାଇକ୍ରୋ ଅବଜରଭର୍, ୧୫ଟି ବୁଥ୍ରେ ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି।
ମତଦାତାଙ୍କ ସୁବିଧା ପାଇଁ ସମସ୍ତ ୩୦୯ଟି ଯାକ ବୁଥ୍ରେ ପିଇବା ପାଣି, ବିଦ୍ୟୁତ ସଂଯୋଗ, ଶୌଚାଳୟ, ବିଶ୍ରାମସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏଥର ୨୮୫୨ଜଣ ଭିନ୍ନକ୍ଷମ ଭୋଟ୍ ଦେବାକୁ ଥିବାରୁ ସବୁ ବୁଥ୍ରେ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ରୢାମ୍ପର ବ୍ୟବସ୍ଥା ହୋଇଛି। ଏହାସହ ହୁଇଲ୍ ଚେୟାର, ଘରୁ ନେବା ଆଣିବା କରିବା ପାଇଁ ୫୧ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଏଠାରେ ୬୩୭ଟି ପୋଷ୍ଟାଲ ବାଲାଟ୍ ଇସ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୧୫ଟି ଆସିଛି।
ସେହିପରି ନିର୍ବାଚନ ପୂର୍ବରୁ ୬୩ ବୋତଲ ମଦ ଜବତ ହୋଇଥିବାବେଳେ ୮ଜଣଙ୍କ ନାମ ଏନ୍ବିଡବ୍ଲ୍ୟୁ ଇସ୍ୟୁ ହୋଇଛି। ୮୪ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଜମା ହୋଇଛି।
ଏହି ନିର୍ବାଚନ ମଣ୍ଡଳୀରେ ନିକଟରେ ଲୋକସଭା ନିର୍ବାଚନ ହୋଇଥିବାରୁ ଏବେ ମତଦାନ ପୂର୍ବରୁ ମତଦାତାଙ୍କ ବାମ ହାତର ମଧ୍ୟମା ଅଙ୍ଗୁଳିରେ ଅଲିଭା କାଳି ଲଗାଯିବ। ଯଦି କୌଣସି ମତଦାନ କେନ୍ଦ୍ରରେ ପୁନଃ ନିର୍ବାଚନର ଆବଶ୍ୟକତା ପଡ଼େ ତେବେ ମତଦାତାଙ୍କ ଅନାମିକା ଅଙ୍ଗୁଳିରେ ଅଲିଭା କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.