Home ରାଜ୍ୟ ପୁରୀ କଣାସରେ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ କଣାସରେ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ପୁରୀ କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ପୁରୀ କଣାସଗସ୍ତରେ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ , ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟାତ ପାଇବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ଖାଲି ସତେକି ନୁହେଁ, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବେଶ ଲୋକପ୍ରିୟ ହୋଇଛି । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭିମାନ ସହ ବଂଚିବା ପାଇଁ ଚାଷୀକୁ କାଳି ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଚାଷୀ ଏହି ଯୋଜନାର ସୁଫଳ ପାଇଥିବା ବେଳେ ଆସାନ୍ତା କାଲି ୧୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।