Home ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତିସଂଘର ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତିସଂଘର ପ୍ରଶଂସା

ଲୋକସଭା ଓ ବିଧାନସଭାରେ ଗୁଡିକରେ ୩୩ % ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ହେଉ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଥିବାରୁ ଜାତିସଂଘର ମହିଳା ସଶକ୍ତିକରଣ ସଂସ୍ଥା ପ୍ରଶଂସା କରିଛି । ଏଥିସହିତ ୟୁଏନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ରବିବାର ଗଣମାଧ୍ୟମକୁ ଏ ବିଷୟରେ ଅବଗତ କରାଯାଇଛି।

ପତ୍ରରେ ଲେଖାଯାଇଛି, ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ଓଡିଶା ସରକାରଙ୍କ ପ୍ରତିଶ୍ରୃତି ବଦ୍ଧତା ପ୍ରଥମ ଥର ପାଇଁ ଏକ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛି । ଏଭଳି ଉଦ୍ୟମ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବେଶ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ଜାତିସଂଘ ସମର୍ଥନ କରୁଛି ।