ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ଅବୁ ବକର ଅଲ୍-ବାଗଦାଦୀକୁ ମାରିବା ପାଇଁ ଆମେରିକା ସେନା କରିଥିବା ଅପରେଶନ ‘ବାଗଦାଦୀ’ର ଦୃଶ୍ୟ ସାମ୍ନାକୁ ଆସିଛି। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଅପରେଶନ ସମୟର ଏକ ଭିଡିଓ ଏବଂ କିଛି ଫଟୋକୁ ପ୍ରକାଶ କରାଯାଇଛି।
କଳା ଧଳାର ଏହି ଭିଡିଓ ଫୁଟେଜରେ ଆମେରିକା ସେନାର ଯବାନମାନେ ସିରିୟାରେ ଇଦଲିବ ପ୍ରଦେଶରେ ବାଗଦାଦୀ ରହୁଥିବା ଅଞ୍ଚଳରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ସେହିପରି ତଳେ ରହି ଆମେରିକା ସେନାର ହେଲିକପ୍ଟରକୁ ଗୁଳି କରୁଥିବା ଅଜଣା ବନ୍ଧୁକଧାରୀଙ୍କ ଉପରେ ଏୟାରଷ୍ଟ୍ରାଇକ କରାଯାଉଥିବା ଦେଖାଯାଇଛି। ଉକ୍ତ ସ୍ଥାନରେ ଚଢ଼ାଉ ପରେ ସମ୍ପୃକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡର ଜେନେରାଲ କେନେଥ ମ୍ୟାକ୍କେଞ୍ଜି କହିଛନ୍ତି। ସେ ଆହୁରି କିଛି ନୂଆ ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି। କେନେଥ କହିଛନ୍ତି, ବାଗଦାଦୀ ସାଥୀରେ ଥିବା ୩ ଜଣ ଶିଶୁ ନିହତ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। କିନ୍ତୁ ୩ ଜଣ ନୁହେଁ, ବାଗଦାଦୀ ଯେତେବେଳେ ସୁଡ଼ଙ୍ଗ ଭିତରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା ସେତେବେଳେ ତା’ ସାଥୀରେ ଥିବା ୨ ଶିଶୁ ନିହତ ହୋଇଥିଲେ। ପିଲାମାନଙ୍କ ବୟସ ୧୨ ବର୍ଷ ମଧ୍ୟରେ ଥିଲା ବୋଲି କେନେଥ କହିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.