ପୁରୀ: ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ରହିଲା। ବିଶ୍ବକର୍ମାମାନେ ତିନି ରଥ ନିର୍ମାଣକୁ ଜୋରସୋରରେ ଆଗେଇ ନେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ରଥ କାମ ସାରିବା ଲାଗି ଆସନ୍ତାକାଲିଠାରୁ ବିଶ୍ବକର୍ମାମାନେ ସେମାନଙ୍କ ଭାଇପୁଅଙ୍କ ସମେତ ଭୋଇ ସେବାୟତମାନଙ୍କୁ ନେଇ ଓଭର ଟାଇମ୍ କାମ କରିବେ। ଆଜି ଦ୍ବିତୀୟ ଭୁଇଁ କାମ ସରିଥିବା ବେଳେ ତୃତୀୟ ଭୁଇଁ ସାରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ଚଉଦ ନାହାକା ବୁଲିବା ପରେ ଦ୍ବିତୀୟ ଭୁଇଁ ଉଠିବ। ଏହା ପରେ ତୃତୀୟ ଭୁଇଁ କାର୍ଯ୍ୟ ଶେଷ ହେବା ପରେ ଧମକରେ କଣ୍ଟା ବାଡ଼େଇ ତୃତୀୟ ଭୁଇଁକୁ ଉଠାଯିବ। ଆସନ୍ତାକାଲି ପ୍ରଥମ ପରସ୍ତ ପୋଟଳ ତିଆରି ହେବ ବୋଲି ଆଶା କରାଯାଉଛି। ଗତବର୍ଷ ତିନି ରଥ ବାମ ଆଡ଼କୁ ବାରମ୍ବାର ମୋଡ଼ ନେଇଥିଲା। ଏଥର ସେ ଦିଗ ପ୍ରତି ତିନି ରଥର ବିଶ୍ବକର୍ମାମାନେ ଦୃଷ୍ଟି ଦେଇଛନ୍ତି। ଚଳିତବର୍ଷ ବଡ଼ଦାଣ୍ଡରେ ପିଚୁ ପଡ଼ିଥିବାରୁ ଏହାର ମାନକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବଡ଼ଦାଣ୍ଡରେ ତିନି ରଥ ଗଡ଼ିବା ପାଇଁ ବଡ଼ଦାଣ୍ଡ ସମତୁଲ ରଖିବା ପାଇଁ ରଥଯାତ୍ରା ସମନ୍ବୟ ବୈଠକରେ ଆଲୋଚନା ହୋଇଥିଲା। ମାତ୍ର ଚଳିତ ବର୍ଷ ବଡ଼ଦାଣ୍ଡରେ ପିଚୁ ପକାଇବା ସମୟରେ ଏହାକୁ ଗୁରୁତ୍ବ ଦିଆଯାଇନଥିବା ଜଣାପଡ଼ିଛି।
ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.