ରାୟଗଡା : ରାୟଗଡାର ଗୁଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା । କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଆନ୍ତରିକତା ନାହିଁ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତି ।

ସେହିପରି କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ସୁପ୍ରିମୋ କହିଥିଲେ, କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଆନ୍ତରିକତା ନାହିଁ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହୁଡହୁଡ ତିତିଲି ସମୟରେ କେହି ଆସିଲେନି, ଆମେ ଲୋକଙ୍କ ସହ ଠିଆ ହୋଇ ରହିଥିଲୁ । ଶେଷ ନିଶ୍ୱାସ ଥିବା ଯାଏଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।