Home Uncategorized ବିଜେଡିର ତିନି ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

ବିଜେଡିର ତିନି ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ମାନ୍ୟବର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି।

ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୋ-ଅବ୍‌ଜର୍‌ଭର୍‌ ଭାବେ ମଧ୍ୟ ନିଯୁକ୍ତି ମିଳିଥିବା କଥା ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।