Home Uncategorized କରୋନା ମୁକାବିଲା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ…

କରୋନା ମୁକାବିଲା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ…

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀ ସ୍ତରୀୟ ବୈଠକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଆଲୋଚନା ମଧ୍ୟ ହୋଇଛି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଅଙ୍ଗନଓ୍ବାଡି, ଆଶାକର୍ମୀ, ଏଏନଏମ  ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ବ ଦିଆଯାଇଛି

ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଅଧିକ ତାଲିମ ଦିଆଯିବା ଉପରେ ବ୍ୟବସ୍ଥା କରାଯାଉଛି ।

ସବୁ ପୁରୁଣା ଓ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ଟେଷ୍ଟିଂ ଲାବ୍ରୋଟୋରୀ ପାଇଁ ବୈଠକରେ ଆଲୋଚନା କରାଯାଇଛି ବୋଲି ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଅଧିକ ଆଜିଥ୍ରୋ ମାଇସିନ ଓ ରାପିଡି ଟେଷ୍ଟଂ ପାଇଁ କିଟ କିଣିବାକୁ ସୁପାରିଶ କରିଛି କମିଟି । ଟେଷ୍ଟିଂ ଲ୍ୟାବ ପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଛି ।