କଳାହାଣ୍ଡି : ପଙ୍କ ରୁ ପଦ୍ମ ଫୁଟିଲା ପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଯୋରାଡ଼ବରା ପଞ୍ଚାୟତର କାର୍ଣ୍ଣିଖୁଣ୍ଟି ଗ୍ରାମର ଗରିବ ପରିବାରର ଝାଟିମାଟି ଘରେ ବସବାସ କରୁଥିବା ଆଠ ବର୍ଷିଆ ମାମୁନୀ ଚୌହାନ ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ।ବାପାଙ୍କ ଉଦ୍ୟମ ତଥା ତାଙ୍କ ଅକ୍ଲାନ୍ତ ପରିଶ୍ରମ ଆଣିଦେଇଛି ତାଙ୍କୁ ଏ ସଫଳତା। ବଲାଙ୍ଗୀର ଜିଲ୍ଲା ବଡମାଲ ଫାକ୍ଟେରି ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀ ରେ ପଢ଼ୁଥିବା ମାମୁନୀ ଚାରି ବର୍ଷରୁ ହିଁ ନିଜ ବାପା ବା ଗୁରୁ ଦେବାନନ୍ଦ ଚୌହାନଙ୍କ ଠାରୁ ପ୍ରଶିକ୍ଷଣ ପାଇ ପୂର୍ବରୁ ତିନିଥର ଷ୍ଟେଟ ଲେବୁଲ ତାଇକୋଣ୍ଡୋ ଚାମ୍ପିଆନ ହୋଇସାରିବା ପରେ ଗତ ବର୍ଷ କଲିକତା ଗିରିଶ ଷ୍ଟାଡିୟମ ରେ ହୋଇଥିବା ନେସନାଲ ଲେବେଲ ଚାମ୍ପିଆନସିପ ରେ ଗୋଲଡ଼ ମେଡାଲ ହାତେଇଥିଲେ।ପୂର୍ବ ପରି ଚଳିତ ବର୍ଷ ମଧ୍ୟ ସେ ପଶ୍ଚିମବଙ୍ଗର ଆସାମ ସୋଲ ସହରର ରିଣ୍ଡୋ ଷ୍ଟାଡିୟମରେ ହୋଇଥିବା ନେସନାଲ ଟାଇକୋଣ୍ଡୋ ଚାମ୍ପିଆନସିପ ରେ ଭାଗ ନେଇଥିଲେ। ଏଥିରେ ଭାରତର ୨୫ ଟି ରାଜ୍ୟର ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ସର୍ବମୋଟ ତିନୋଟି ଇଭେଣ୍ଟ ଯଥା,,, କିକ ରେ ଗୋଲଡ଼ ମେଡାଲ, ଟାଇଗୀ ରେ ଗୋଲଡ଼ ମେଡାଲ ଓ ଫାଇଟ ରେ ସିଲଭର ମେଡାଲ ପାଇ ଚାମ୍ପିଆନ ହେବା ସହ ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦି ଇଅର ହୋଇଛନ୍ତି ମାମୁନୀ। ଏତେ ଦୂର ଯାହାପାଇଁ ଯାଇଛନ୍ତି ସେମାନେ ହେଲ ଆନନ୍ଦ କୁମାର ସୁନା ଏବଂ ମୁକେଶ ସାହୁ ବୋଲି ମାମୁନୀ କହିଛନ୍ତି । ଯଦି ବେଲ୍ଟ କଥା କହିବା ତେବେ ମାମୁନି ପାଇ ସାରିଛନ୍ତି,,, white, yellow, yellow one, green, green one, blue, blue one ଓ red ବେଲ୍ଟ । ତେବେ ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବା ମାମୁନୀ ଙ୍କ ବାପା ମା’ କଣ କହୁଛନ୍ତି ଶୁଣିବାକିନ୍ତୁ ଦୁଃଖର ବିଷୟ ମେଡାଲ ପାଇବାର ବହୁ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀ କିମ୍ବା ରାଜ ନେତାଙ୍କ ଦେଖା ନାହିଁ।ତେବେ ମାମୁନିଙ୍କୁ ସରକାରୀ ସହାୟତା ଯୋଗାଇ ଦେଇ ଅଧିକ ତାଲିମ ଦେବାର ବ୍ୟବସ୍ଥା କଲେ ସେ ଆଗାମୀ ଦିନରେ ଦେଶ ପାଇଁ ଏକ ସଫଳତା ଆଣି ପାରିବେ ଏଥିରେ ସନ୍ଦେହ ନାହିଁ ।
ସୁନା ଝିଅ ଆଣିଛି ସଫଳତା !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.