ଭୁବନେଶ୍ବର : ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ବିକାଶ ନେଇ ଜୟପୁର ସଭାରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପ୍ରସଙ୍ଗରେ ବିଜେଡି ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣଠୁ ଆରମ୍ଭ କରି ମିସନ ଶକ୍ତି ଯେତେ ସବୁ କାମ କରିଛନ୍ତି ତାକୁ ବୋଧହୁଏ ରାହୁଲ ଗାନ୍ଧୀ ଜାଣିନାହାନ୍ତି। ଆସନ୍ତାଥର ଓଡ଼ିଶା ଆସିବା ପୂର୍ବରୁ ହୋମଵାର୍କ କରି ଆସିବାକୁ ରାହୁଲଙ୍କୁ ବିଜେଡି ପରାମର୍ଶ ଦେଇଛି।
ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ, ଗତ ସାଢ଼େ ୩ ବର୍ଷ ଭିତରେ ଓଡ଼ିଶାର କଥା ରାହୁଲ ଗାନ୍ଧୀଙ୍କର ମନେ ପଡ଼ିନଥିଲା। ଏବେ ନିର୍ବାଚନ ପାଖେଇବାରୁ ଓଡ଼ିଶା ଓ ମହିଳାଙ୍କ ବିକାଶ କଥା ମନେପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ଦେବା ଲକ୍ଷ୍ୟରେ ବିଧାନସଭାରେ ସଂକଳ୍ପ ପାରିତ କରାଇ ସାରା ଭାରତରେ ୨୨ଟି ରାଜନୈତିକ ଦଳର ସମର୍ଥନ ହାସଲ କରିବାକୁ ପ୍ରତିନିଧି ପଠାଇଥିଲେ। ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ କରିବାରେ ଏସବୁ ଦଳ ପୂର୍ଣ୍ଣ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ସବୁ ରାଜନୈତିକ ଦଳ ପ୍ରଶଂସା କରିଛନ୍ତି। ଯେଉଁଥିରେ କଂଗ୍ରେସ ବି ସାମିଲ ଅଛି। ଏସବୁ କଥା ବୋଧହୁଏ ଶ୍ରୀ ଗାନ୍ଧୀ ଭୁଲିଯାଇଛନ୍ତି କି ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ତାଙ୍କୁ ଅବଗତ କରାଯାଇନି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.