ଭୁବନେଶ୍ବର: ହକି ବିଶ୍ବକପ୍ ଉଦ୍ଘାଟନୀ ଉତ୍ସବ ମାଧ୍ୟମରେ ଆଜି ଓଡ଼ିଶା ସାରା ବିଶ୍ବକୁ ଚମକାଇ ଦେଇଛି। କଳିଙ୍ଗ ଷ୍ଟାଡିୟମରେ ୧୪ତମ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍’ର ସ୍ମରଣୀୟ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଛନ୍ତି। ବିଶ୍ବବାସୀଙ୍କୁ ଓଡ଼ିଶା ପରସି ଦେଇଥିଲା କଳିଙ୍ଗର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନ, କ୍ରୀଡ଼ାର ଅନନ୍ୟ ସଫଳତାର ଗୌରବ ଗାଥା। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ‘ଚକ୍ ଦେ ଇଣ୍ଡିଆ’ ସଂଳାପ ଏବଂ ଭାରତର ବିଶ୍ବକପ୍ ଦଳକୁ ପ୍ରେରଣାଦାୟୀ ଶୁଭେଚ୍ଛା ସହିତ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ମନଲୋଭା କାର୍ଯ୍ୟକ୍ରମ, ଏଆର ରେହମାନଙ୍କ ମନ୍ତ୍ରମୁଗ୍ଧ ସଂଗୀତ ସାରା ବିଶ୍ବକୁ ବିେମାହିତ କରିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ପକ୍ଷରୁ ହକି ବିଶ୍ବକପ୍ର ସମସ୍ତ ଖେଳାଳି, ଅଧିକାରୀ, ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆକୁ ସ୍ବାଗତ କରିବା ସହିତ ‘ଓଡ଼ିଶା ବିଶ୍ବକପ୍’ ଉଦ୍ଘାଟିତ ହେଲା ବୋଲି ବିଧିବଦ୍ଧ ଘୋଷଣା କରିଥିଲେ। ଏଥିସହିତ, ୧୬ ଦେଶର ଅଧିନାୟକଙ୍କ ସହ କରମର୍ଦନ କରୁଥିବାବେଳେ ଶାହରୁଖଙ୍କୁ ହୃ୍ଦୟ ଖୋଲା ଆଲିଙ୍ଗନ ଆକର୍ଷଣୀୟ ଥିଲା। ଜୟ ଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜୟ ହିନ୍ଦ୍’ରେ ବକ୍ତବ୍ୟ ଶେଷ କରିଥିେଲ। ଅବସରରେ ୧୯୭୫ ବିଶ୍ବକପ୍ ବିଜେତା ଦଳକୁ ଭରପୁର ଦର୍ଶକ ଉଚ୍ଛ୍ବସିତ ଅଭିନନ୍ଦନ ସହ ଅଭିବାଦନ ଜଣାଇଥିଲେ। ବିଶ୍ବ ବିଜେତା ଅଧିନାୟକ ଅଜିତ ପାଲ୍ ସିଂହ କହିଥିଲେ, ‘ହକି ପାଇଁ ଏବେ ବି ମୋ ହୃଦ୍ସ୍ପନ୍ଦନ ହେଉଛି। ବିଶ୍ବକପ୍ ଜିତିବା ସମୟର ଅନୁଭବ ଏବେ ବି ତାଜା ଅଛି। ବିଶ୍ବକପ୍ ଅଭିଯାନ ‘ମାଇଁ ହାର୍ଟ ବିଟ୍ ଫର ହକି’ (ହକି ପାଇଁ ଏବେ ବି ମୋ ହୃଦ୍ସ୍ପନ୍ଦନ ହେଉଛି)ରୁ ସଂଗୃହୀତ ୨୩, ୫୩୮, ୬୨୨ ବିଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ଦଳର ଅଧିନାୟକ ପ୍ରଦାନ କରିଥିଲେ। ବିଶ୍ବରେ ଏକତା ଆଣିବାରେ ହକି ବଡ଼ ଭୂମିକା ନେଇଛି। ବିଶ୍ବବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଦେଖାଇ ଦେଇଛନ୍ତି ବୋଲି ଶାହରୁଖ କହିଥିେଲ। ଅନ୍ତର୍ଜାତୀୟ ହକି ସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଥିଲେ, ‘ଓଡ଼ିଶାରେ ବିଶ୍ବକପ୍ ଏକ ସମ୍ମାନ ଓ ଗୌରବର ବିଷୟ। ଓଡ଼ିଶାବାସୀଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣିତ ହୋଇଛି।
ଚମକାଇଲା ଓଡ଼ିଶା, ଆଜିଠୁ ହକି ମହାସମର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
