Home ରାଜନୀତି ରାୟବରେଲିରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ଟାର୍ଗେଟ !

ରାୟବରେଲିରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ଟାର୍ଗେଟ !

ଉତ୍ତରପ୍ରଦେଶ: ଗତ ୫ ରାଜ୍ୟ ବିଧାନସଭାରେ ବିଜେପିର ପରାଜୟର ଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦେଖିବାକୁ ମିଳୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟରେ ଦଳ ମଧ୍ୟରେ ଛନକା ପଶିଯାଇଛି । ପ୍ରଥମ ଥର ପାଇଁ ମୋଦି ସୋନିଆଙ୍କ ଗଡ଼ ରାୟବରେଲିରେ ନିଜର ଦଳର ବିକାଶର ଗାଥା ଗାଇଛନ୍ତି । ଏହସହ ପ୍ରଧାନମନ୍ତ୍ରୀ ୧୧ଶହ କୋଟିର ଯୋଜନାକୁ ଲୋକାର୍ପଣ କରିବାସହ ୫୫୮ କୋଟି ଟଙ୍କାରେ ରାୟବରେଲିରେ ଚାନ୍ଦା ହାଇୱେର ଲୋକାର୍ପଣ କରିଛନ୍ତି । ତେବେ ହମସଫର ରେଳ କୋଚକୁ ସବୁଜ ପତକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହାପରେ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ୩୫୦୦କୋଟି ଟଙ୍କା ଯୋଜନାକୁ ଲୋକାର୍ପଣ କରିଛନ୍ତି ।
ଆଜି ସକାଳ ୧୨ଟା ୩୪ମିନିଟରେ ପ୍ରଧାନମନ୍ତ୍ରୀ ଲକ୍ଷେ୍ନøରେ ପହଂଚିବା ପରେ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ରାମ ନାଇକ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବହୁ ସୁନାମଧନ୍ୟ ଲୋକ ପାଛୋଟି ନେଇଥିଲେ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ରାୟବରେଲି ଗସ୍ତରେ ଆସିଥିବାରୁ କର୍ମୀଙ୍କ ମହଲରେ ଆନନ୍ଦ ଦେଖିବାକୁ ମିଳିଛି । ଏହି ଅବସରରେ ମୋଦି ସୋନିଆ ଗଡ଼ରେ ଠିଆ ହୋଇ କଂଗ୍ରେସକୁ ତିବ୍ର ସମାଲୋଚନା କରିଛନ୍ତି । ରାଫେଲକୁ ନେଇ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଲେ ମିଥ୍ୟା ଅଭିଯୋଗରେ ସାରା ଦେଶରେ ପ୍ରଚାର କରୁଥିଲେ ରାହୁଲ କିନ୍ତୁ ଏହି ମିଛ ଅଭିଯୋଗ ଏବେ ପଦାରେ ପଡ଼ିଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟରମାନେ ଏହାର ଉଚିତ୍ ଜବାବ ଦେବେ । ମୋଦି ଏହି ଗସ୍ତରେ ରେଳ କାରଖାନା ଲୋକାର୍ପଣ ସଭାରେ କଂଗ୍ରେସକୁ ତିବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ୨୦୦୭ ମସିହାରେ କ୍ଷମତାରେ ଥିବାବେଳେ ଏହି ଫାକ୍ଟ୍ରି ପାଇଁ ସରକାର ସହମତି ଦେଇଥିଲେ । ଲକ୍ଷ ଥିଲା ବର୍ଷକୁ ୧ହଜାର କୋଚ ସୃଷ୍ଟି କରିବା ସହିତ ବେକାରି ନିଯୁକ୍ତିରେ ସହାୟକ ହେବ । କିନ୍ତୁ ବର୍ଷ ବର୍ଷ ବିତଯାଇଥିଲେ ମଧ୍ୟ ଏହା କାର୍ଯ୍ୟରେ କିଛି ସୁଧାର ଆସିନଥିଲା । ୨୦୧୪ ମସିହାରେ ମାତ୍ର ୩% କାର୍ଯ୍ୟକ୍ଷମ ହୋଇଥିବା ବେଳେ ବିଜେପି କ୍ଷମତାକୁ ଆସିବାର ୪ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରି ଆଜି ସମ୍ପୂର୍ଣ୍ଣ କରି ହଜାର ହଜାର ବେକାରି ନିଯୁକ୍ତିରେ ସହାୟକ ହୋଇଛି । ଯାହାକୁ ନେଇ କଂଗ୍ରେସର ପାରିବାପଣିଆକୁ ପ୍ରଶ୍ନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଏପରି ବ୍ୟୟବହୁଳ ଯୋଜନା ଲୋକାର୍ପଣକୁ ନେଇ ବିରୋଧିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗୋଟାଏ ପଟେ ଗତ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ଯାଉଥିବାରୁ ମୋଦିଙ୍କ ଏହି ହାଇଭୋଲଟେଜ୍ ଡ୍ରାମା ବୋଲି ବିରୋଧି କଂଗ୍ରେସ କହିଛି ।