Home ରାଜ୍ୟ ରାଜଧାନୀରେ ଫୁଟିଲା ଗୁଳି !

ରାଜଧାନୀରେ ଫୁଟିଲା ଗୁଳି !


ଭୁବନେଶ୍ୱର : ତମାଣ୍ଡୋ ଥାନା ସ୍ଥିତ ସାହାଣୀ କାଶିପୁର ଗାଁ ରାସ୍ତାରେ ଘଟିଛି ଗୁଳିକାଣ୍ଡ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣାଟି ଜଣେ ଗୁପଚୁପ ବେପାରୀଙ୍କ ସହ ଘଟିଛି । ଗୁପଚୁପ ବେପାରୀଙ୍କ ଠାରୁ ଲୁଟିବାକୁ ଯାଇ ୩ଜଣ ଦୁର୍ବୁତ୍ତ ଗୁଳି ଚଳାଇଥିଲେ । ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁପଚୁପ ବେପାରୀ, ଗୁଳିଟି ତାଙ୍କ ଦେହରେ ନବାଜି ଖଟା ପାଣି ହାଣ୍ଡିରେ ବାଜିଥିଲା । ପୋଲିସ୍ ଖବର ପାଇ ସେଠାରେ ପହଞ୍ଚି ଛାନଭିନ କରିଛି । ଏପର୍ଯ୍ୟନ୍ତ ପୁଲିସ ଦୁର୍ବୃତ୍ତମାନଙ୍କର ଟେର ପାଇନାହିଁ । ସୁଚନା ଅନୁଯାଇ ବୋଲଗଡ ଅଞ୍ଚଳର ରବୀନ୍ଦ୍ର ସ୍ୱାଇଁ (ଗୁପଚୁପ ବେପାରୀ) କାଶୀପୁର ଗାଁରେ ଭଡାରେ ରହି ତମାଣ୍ଡୋ ବଜାରରେ ଗୁପଚୁପ ବେପାର କରନ୍ତି । ଗତକାଲି ରାତିରେ ବେପାର ସାରି ଘରକୁ ଫେରୁଥିବା ବାଟରେ ଦୁଇଟି ବାଇକରେ ୩ଜଣ ଆରୋହି ତାଙ୍କୁ ଅନ୍ଧାରରେ ଅଟକାଇଥିଲେ । ଏବଂ ସେଠାରେ ତାଙ୍କୁ ଧମକାଇ ତାଙ୍କ ପକେଟରୁ ୯୦୦ ଟଙ୍କା ଛଡାଇ ନେଇଥିଲେ । ଯେତେବେଳେ ତାଙ୍କଠାରୁ ପଇସା ଛଡାଇନେଇଥିଲେ ସେତେବେଳେ ସେ ପାଟି କରିବାକୁ ଲାଗିଥିଲେ । ସେତେବେଳେ ହଠାତ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ରବୀନ୍ଦ୍ର ପ୍ରାଣ ବିକଳରେ ସେଠାରେ ବସି ପଡ଼ିବାରୁ ଗୁଳିଟି ତାଙ୍କ ପେହରେ ନବାଜି ଖଠା ପାଣି ହାଣ୍ଡିରେ ବାଜିଥିଲା । ଏହା ପରେ ରବୀନ୍ଦ୍ର ସେଠାରୁ ଦୌଡ଼ି ପଳାଇଥିଲେ । ଏବେ ସେଠାକାର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।