Home ରାଜ୍ୟ ଫାଟିଗଲା ଗ୍ୟାସ୍ ସିଲିଣ୍ଡର , ଜଳିଗଲେ ମହିଳା !

ଫାଟିଗଲା ଗ୍ୟାସ୍ ସିଲିଣ୍ଡର , ଜଳିଗଲେ ମହିଳା !


ଭଦ୍ରକ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁରେ ଅଭାବନୀୟ ଘଟଣା । ଗ୍ୟାସ୍ ସିଲିଣ୍ଡର ଫାଟି ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଗାଁର ନରେନ୍ଦ୍ର ସାହଣୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହାଣୀ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଯାହାଫଳରେ ପୁଷ୍ପାଞ୍ଜଳିଙ୍କ ଦେହରେ ନିଆଁ ଲାଗି ୭୦ ପ୍ରତିଶତ ପୋଡିଯାଇଥିଲା । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ଏପର୍ଯ୍ୟନ୍ତ ଗ୍ୟାସ ଟାଙ୍କି ଫାଟିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ଜାରି ରହିଛି ।