ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାଇ ବେଂଚ ଦାବିରେ ୨ୟ ଦିନରେ ମହାବନ୍ଦ ଆନ୍ଦୋଳନ । ଗତକାଲି ଠାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇ ଦିନିଆ ମହାବନ୍ଦ ଡ଼ାକରାର ଆଜି ଅନ୍ତିମ ଦିନ । ଏହି ଆନ୍ଦୋଳନରେ ପ୍ରଥମ ଦିନରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗିର ଓକିଲ ସଂଘ ସାମିଲ ହୋଇନଥିଲା । ଆଜି ମହାବନ୍ଦ ଆନ୍ଦୋଳନରେ ରାଉରକେଲା ସମେତ ବଲାଙ୍ଗିର ଜିଲ୍ଲା ଯୋଗ ଦେଇଛି । ଏହାର ପ୍ରଭାବରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ରେ ବନ୍ଦର ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ଥ କରିଛି । ଏହାର ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ସମ୍ପର୍ଣ୍ଣ ଠପ୍ ହୋଇଯାଇଛି । ଏହି ବନ୍ଦ ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଏହି ବନ୍ଦ ପାଳନ ସମୟରେ କିଛି ଅପ୍ରିତିକର ଘଟଣା ନଘଟିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ସଂଗଠନକୁ ୨ଶହରୁ ଅଧିକ ସଂଗଠନ ଯୋଗ ଦେଇଛନ୍ତି । ଏହି ଆନ୍ଦୋଳନରେ ବଲାଙ୍ଗିର ଓକିଲ ସଂଘ ଯୋଗ ଦେବା ପରେ ଆନ୍ଦୋଳନ ମଜୁଭୁତ୍ ହୋଇଛି । ବଲାଙ୍ଗିରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ୍ ବରଗଡ଼ରେ ଅଟକି ରହିଥିବାରୁ ଟ୍ରେନରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଫଳରେ ଯାତ୍ରୀମାନେ ଟିକେଟ୍ ମୂଲ୍ୟ ଫେରସ୍ତ ଦାବିରେ ଷ୍ଟେସନ ମ୍ୟାନେଜରଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ସର୍ବଶେଷରେ ଆନ୍ଦୋଳନ କାରୀ ମାନଙ୍କୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ହେବାସହ ୧୨ଟି ଟ୍ରେନକୁ ବାତିଲ ବିଭାଗ କରିଛନ୍ତି ।