ଭୁବନେଶ୍ୱର – ଇମର୍ଜିଂ ସ୍ପୋର୍ଟସ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଥମଥର ପାଇଁ ଆୟୋଜନ ହେବାକୁ ଯାଉଥିବା ଏକାମ୍ର ସ୍ପୋର୍ଟସ ଲିଟେରାରି ଫେଷ୍ଟିଭାଲର ଅନ୍ୟତମ ଆକର୍ଷଣ ରହିବେ ଭାରତର ତାରକା କୁସ୍ତି ଯୋଦ୍ଧା ଯୋଗେଶ୍ୱର ଦତ୍ତ। ସେ କୁସ୍ତିର ଇତିହାସ ଉପରେ ମତ ରଖିବେ। ଏସିଆର ସର୍ବପ୍ରଥମ ସ୍ପୋର୍ଟସ ଲିଟେରାରି ଫେଷ୍ଟିଭାଲ ନଭେମ୍ବର ୨ ଓ ୩ ତାରିଖ ଦୁଇଦିନଧରି ଅନୁଷ୍ଠିତ ହେବ।
ଦେଶର ଯୁବପିଢ଼ି ପାଇଁ ଅଭିଜ୍ଞ ରେସଲର ଯୋଗେଶ୍ୱର ପ୍ରେରଣାର ଉତ୍ସ ବନିଯାଇଛନ୍ତି। ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ନିଜର ଅଧ୍ୟବସାୟ, କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛା ବଳରେ ବିଶ୍ୱ କ୍ରୀଡ଼ାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଅବଶ୍ୟ ଯୋଗେଶ୍ୱର ଏବେ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପଦାର୍ପଣ କରିଛନ୍ତି। ହରିୟାଣାର ସୋନିପତ୍ରେ ଜନ୍ମଗ୍ରହଣ କରିଥିବା ଯୋଗେଶ୍ୱର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୫ ଫୁଟ ୬ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଏହି ରେସଲର ଭାରତ ପାଇଁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ପୁରୁଷ ୬୦ କେ.ଜି. ଫ୍ରିଷ୍ଟାଇଲ ବର୍ଗରେ ଏହି ପଦକ ହାସଲ କରି ଅଲିମ୍ପିକ୍ସରେ ଭାରତର ପଦକ ଅଭିଯାନକୁ ଜୋରଦାର କରିଥିଲେ। ଏଥି ସହିତ ସେ କେ.ଡି. ଯାଦବ (୧୯୫୨) ଓ ସୁଶୀଲ କୁମାର (୨୦୦୮, ୨୦୧୨)ଙ୍କ ପରେ ତୃତୀୟ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସ ପଦକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭାରତ ସରକାର ସମ୍ମାନିତ କରିଥିଲେ। ଅସାଧାରଣ ସଫଳତା ହାସଲ କରି ସେ ନିଜକୁ ଏକ ବିଶ୍ୱସ୍ତରୀୟ ରେସଲର ରୂପେ ପ୍ରତିଷ୍ଠିତ କରିପାରିଥିଲେ। ୨୦୦୬ରେ ପିତାଙ୍କ ଦେହାନ୍ତ ହେବାର ମାତ୍ର ୯ ଦିନ ପରେ ସେ ବିମାନରେ କାତାର ରାଜଧାନୀ ଦୋହାରେ ପହଞ୍ଚିଥିଲେ ଓ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିଥିଲେ। ଆଣ୍ଠୁ ଆଘାତ ସମସ୍ୟା ସତ୍ତ୍ୱେ ସବୁ ଶାରୀରିକ ସମସ୍ୟା ଓ ଭାବପ୍ରବଣତାକୁ ପଛରେ ପକାଇ ୬୦ କେ.ଜି. ବର୍ଗରେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ। ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ବିଭିନ୍ନ ସମସ୍ୟା ସତ୍ତ୍ୱେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେ ୨୦୧୪ ଏସିଆନ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ସେହିପରି ୨୦୦୮ ଓ ୨୦୧୨ ଏସିଆନ୍ ଚାମ୍ପିୟନଶିପ୍ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍ରେ ସେ ସର୍ବାଧିକ ସଫଳତା ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ଯୋଗେଶ୍ୱର ୩ଟି ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଥିଲେ। ୨୦୦୩, ୨୦୦୫ ଓ ୨୦୦୭ ସଂସ୍କରଣରେ ସେ ସ୍ବର୍ଣ୍ଣ ଓ ୨୦୦୫ ଗ୍ରୀକୋ- ରୋମାନ ୬୦ କେ.ଜି. ବର୍ଗରେ ରୌପ୍ୟ ଓ ୨୦୦୭ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍ରେ ସେ ରୌପ୍ୟ ପଦକ ଜିତିଥିଲେ। କ୍ରୀଡ଼ାରେ ଅସାଧାରଣ କୃତିତ୍ୱ ପାଇଁ ତାଙ୍କୁ ୨୦୧୨ରେ ଭାରତ ସରକାର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। କ୍ରୀଡ଼ାବିତ୍ ହିସାବରେ ଯୋଗେଶ୍ୱରଙ୍କ ସଫଳତା ଓ ବ୍ୟକ୍ତିତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣା ଦାୟକ।
କୁସ୍ତି ଯୋଦ୍ଧା ଯୋଗେଶ୍ୱର
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.