Home ରାଜ୍ୟ ଅସହ୍ୟ ହେଲା ପୋଲିସର ଜେରା; ଆତ୍ମହତ୍ୟାର ପନ୍ଥା ଅପଣାଇଲା ଯୁବକ !

ଅସହ୍ୟ ହେଲା ପୋଲିସର ଜେରା; ଆତ୍ମହତ୍ୟାର ପନ୍ଥା ଅପଣାଇଲା ଯୁବକ !

ବାଲେଶ୍ୱର: ସୋର ରାଇପୁର ଗାଁରେ ଅଭାବନୀୟ ଘଟଣା । ଗାଁର ସଞ୍ଜୟ ପାଢୀ ନାମକ ଯୁବକ ବେକକୁ ନିଜ ଗାମୁଛାରେ ବାନ୍ଧି ଆତ୍ମହତ୍ୟା କରିଛି । ସୂଚନାଅନୁଯାୟୀ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏକ ବାଳିକା ଅପହରଣ ମାମଲାରେ ପୋଲିସ ମିଥ୍ୟା ଅଭିଯୋଗ ରେ ସଞ୍ଜୟଙ୍କୁ ସନ୍ଦେହରେ ବାରମ୍ବାର ଜେରା କରୁଥିବାରୁ ଭାରସାମ୍ୟ ହରାଇଥିଲେ । ଯାହାକୁ ନେଇ ଅତ୍ମହତ୍ୟା ପନ୍ଥା ଅପଣାଇଥିବା ପରିବାର ଲୋକ ଅଭିଯୋଗ କରିଛିନ୍ତି । ଅପରପକ୍ଷେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲାବେଳେ ପୋଲିସ ତଦନ୍ତ ଜାରି ରଖିଛି ।