Home ଦେଶ- ବିଦେଶ କେଜ୍ରିୱାଲ୍ଙ୍ ବଡ଼ ଘୋଷଣା : ଯିଏ ଯେଉଁ ରାଜ୍ୟର ହୋଇଥାଆନ୍ତୁ, ଦିଲ୍ଲୀରେ ଥିବା ସମସ୍ତଙ୍କର ଦାୟିତ୍ୱ...

କେଜ୍ରିୱାଲ୍ଙ୍ ବଡ଼ ଘୋଷଣା : ଯିଏ ଯେଉଁ ରାଜ୍ୟର ହୋଇଥାଆନ୍ତୁ, ଦିଲ୍ଲୀରେ ଥିବା ସମସ୍ତଙ୍କର ଦାୟିତ୍ୱ ନିଆଯିବ

ନୂଆଦିଲ୍ଲୀ: ଯିଏ ଯେଉଁ ରାଜ୍ୟର ବ୍ୟକ୍ତି ବ୍ୟକ୍ତି ହୋଇଥାଆନ୍ତୁ, ଏବେ ଦିଲ୍ଲୀରେ ଥିବା ସମସ୍ତଙ୍କର ଦାୟିତ୍ବ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ।

ସେ କହିଛନ୍ତି: ଦିଲ୍ଲୀରେ ଥିବା ସେମାନଙ୍କ ଲୋକମାନଙ୍କର ଦେଖାଶୁଣା କରିବାକୁ ପଶ୍ଚିମବଙ୍ଗର ମମତା ଦିଦି, ବିଭିନ୍ନ ରାଜ୍ୟର ଆମ ଭାଇମାନେ ଆମକୁ ଅନୁରୋଧ କରିଛନ୍ତି । ମୁଁ ସେମାନଙ୍କୁ କହି ଦେବାକୁ ଚାହେଁ ଯେ ଯିଏ ଯେଉଁ ରାଜ୍ୟର ହୋଇଥାଆନ୍ତୁ ବା କେଉଁଠୁ ଚାଲିଆସି ରହିଥାଆନ୍ତୁ, ଦିଲ୍ଲୀରେ ବସବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଦାୟିତ୍ୱ ଆମର । ସେମାନଙ୍କ ମଧ୍ୟରୁ ସମସ୍ତଙ୍କର ତତ୍ତ୍ୱ ନିଆଯିବ । ସେମାନେ ଆମ ନିଜର ।