Home ରାଜ୍ୟ ଭିଶାଲ କଲେ ସେଲଫିରେ ଯାଦୁ , ଶେଖର ଅଜବ ସି ଆଦାରେ କିଣିଲେ ମନ…

ଭିଶାଲ କଲେ ସେଲଫିରେ ଯାଦୁ , ଶେଖର ଅଜବ ସି ଆଦାରେ କିଣିଲେ ମନ…

.
ଭୁବନେଶ୍ୱର ; କମ୍ପି ଉଠୁଥିଲା ପ୍ରଦର୍ଶନୀ ପଡିଆ,ଲୋକେ ମତୁଆଲା ହୋଇ ଝୁମୁଥିଲେ ସେଲଫି,ମହ୍ଲାରୀ ଗୀତରେ ତା ସହ ଆଖୋ ମେ ତେରି ଗିତରେ ଏକଦମ୍ ହଜିଯାଇଥିଲେ ଦର୍ଶକ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ପ୍ରଦର୍ଶନୀ ପଡିଆରେ । ବଲିଉଡ୍ ସିଙ୍ଗର ଭିଶାଲ ଏବଂ ଶେଖରଙ୍କ ଗୀତରେ ଝୁମି ଉଠୁଥିଲେ ଡଟ୍ ଫେଷ୍ଟ ପ୍ରୋଗ୍ରାମରେ ଉପସ୍ଥିତ ଦର୍ଶକ । ହକି ବିଶ୍ୱ କପ୍ ପାଇଁ ରାଜଧାନୀର ଡଟ ଫେଷ୍ଟ ପ୍ରୋଗ୍ରାମର ଆୟୋଜନ କରାଯାଇଛି । ଏହି ପ୍ରୋଗ୍ରାମ ଗତକାଲିଠୁ ଆରମ୍ଭ ହୋଇଛି ଏବଂ ଆସନ୍ତା ୧୬ ତାରିଖରେ ଶେଷ ହେବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ଓ ସଙ୍ଗୀତକାର ମାନେ ଯୋଗଦେବେ । ବଲିଉଡ ସିଙ୍ଗର ସାନ୍ , ଋତୁରାଜ,ସୋନା ମହାପାତ୍ର,ଶ୍ରେୟା ଘୋଷାଲ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେବେ । ତେବେ ଗତକାଲି ବିଶାଲ ଏବଂ ଶେଖରଙ୍କର ଲାଇଭ ପ୍ରୋଗ୍ରାମ ଥିବାବେଳେ ଲୋକମାନଙ୍କର ମଧ୍ୟ ବେଶ୍ ଭିଡ ଜମିଥିଲା । ଲୋକମାନେ ବହୁତ ସମୟ ଧରି ଟିକେଟ କରି ଶୋ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ ।

 

ବିଶାଲ ପ୍ରଥମେ ଓମ୍ ଶାନ୍ତି ଓମ୍ ଫିଲ୍ମର ଦେଖୋ ଦେଖୋ ହେ ସାମ୍ ବଡି ଦିଫ୍ୱାନୀ ଗିତରୁ ପ୍ରୋାଗ୍ରାମ ଆରମ୍ଭ କରିଥଳେ ମାତ୍ର ଦୁଃଖର ବିଷୟ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ କେବଳ ମ୍ୟୁଜିକ ଶୁଣାଯାଇଥିଲା ବିଶାଲ ଗାଉଥିବା ଗୀତ ଦର୍ଶକଙ୍କୁ ଶୁଣାଯାଇନଥିଲା । ମାତ୍ର କାନରେ ହେଡ ଫୋନ ଦେଇଥିବାରୁ ଗୀତର ଶେଷ ପର୍ଯ୍ୟନ୍ତ ଭିଶାଲ ଜାଣି ପାରିନଥିଲେ ଯେ ଗୀତ ଦର୍ଶକଙ୍କୁ ଶୁଣାଯାଉନଥିଲା ବୋଲି । ତେବେ ଏନେଇ ସାଧାରଣରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ ଭିଶାଲ ନିଜେ ଷ୍ଟେଜରୁ ତଳକୁ ଆସି ସମସ୍ତଙ୍କୁ ଯାନ୍ତ୍ରିକ ତ୍ରୁଟି ନେଇ କ୍ଷମା ମାଗିଥିଲେ । ପରେ ଦର୍ଶକ ମାନେ ଶାନ୍ତ ହୋଇ ପୁଣି ଶୋ ଦେଖିବାକୁ ଅପେକ୍ଷା କରିଥିଲେ । ତେବେ କିଛି ସମୟ ପରେ ପୁଣି ପ୍ରୋଗ୍ରାମ ଆରମ୍ଭ ହୋଇଥିଲା ବିଶାଲ ନିଜର ବିନ୍ଦାଶ ଅନ୍ଦାଜରେ ଦର୍ଶକଙ୍କ ମନ କଣି  ନେଇଥିଲେ । ଚାଲ ବେଟା ସେଲଫି ଲେ ଲେ ରେ, ବେବି କୋ ବେସ ପସନ୍ଦ ହେ, ସ୍ୱାଗ ସେ କରେଙ୍ଗେ ସବକା ସ୍ୱାଗତ,ମହ୍ଲାରି ପରି ସୁପର ଡୁପର ହିଟ ଗିତ ଗାଇ ଦର୍ଶକଙ୍କୁ ଏକଦମ ମତୁଆଲା କରି ଦେଇଥିଲେ । ଶେଖର ମଧ୍ୟ ନିଜର ରୋମାଣ୍ଟିକ ଅନ୍ଦାଜରେ ଦର୍ସକଙ୍କୁ ପାଗଳ କରି ଦେଇଥିଲେ । ତୁମ ବିନ, ଆଖୋ ମେ ତେରି,ଦୁଆ ପରି ସୁପର ରୋମାଣ୍ଟିକ ଗୀତ ଗାଇ ଦର୍ଶକଙ୍କୁ ଗୀତ ଭିତରେ ହିଁ ହଜାଇ ଦେଇଥିଲେ । ଶେଖରଙ୍କ ଗୋଡ ଖରାପ ସତ୍ୱେ ସେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନେକ ଗୀତ ଗାଇଥିଲେ । ତେବେ ବିଶାଲଙ୍କ କିଛି କଥା ଶୁଣି ମଧ୍ୟ ଲୋକମାନେ ଉତ୍ସାହର ସହ ବ୍ୟାରିକେଟ ଡେଇଁ ଭିଶାଲ ପାଖକୁ ଜିବାକୁ ଚେଷ୍ଟା କରିଥିଲେ ଏବଂ ଷ୍ଟେଜ ପାଖକୁ ମଧ୍ୟ ଚାଲିଯାଇଥିଲେ । କମିସନରେଟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାରୁ ଲୋକମାନଙ୍କୁ ଆୟତରେ ରଖାଯାଇଥିଲା । ତେବେ ବିଶାଲ ମଧ୍ୟ ଲୋକମାନଙ୍କୁ ନିଜ ପାଖକୁ ଆସିବାକୁ ଅନୁମତି ଦେବାକୁ କହୁଥିଲେ ଏହା ସହ ଓଡିଶା ପୋଲିସର ଅନେକ ତାରିଫ ମଧ୍ୟ କରିଥିଲେ ଭିଶାଲ ଏବଂ ଏତେ ସୁନ୍ଦର ପ୍ରୋଗ୍ରାମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବାରମ୍ବାର ଯଦି ଏପରି ପ୍ରୋଗ୍ରାମ ହୁଏ ତେବେ ସେ ନିଶ୍ଚିତ ବାରମ୍ବାର ଓଡିଶା ଆସିବେ ବୋଲି ମଧ୍ୟ କହିଥିଲେ । ଏହାସହ ଏତେ ସମୟ ଧରି ଦର୍ଶକ ଅପେକ୍ଷା କରି ପ୍ରୋଗ୍ରାମ ଦେଖୁଥିବାରୁ ଦର୍ଶକଙ୍କ ତାରିଫ କରିବା ସହ ଅନେକ ଧନ୍ୟବାଦ ଦେଇଥିଲେ ।