Home ରାଜ୍ୟ ଭିଲାନ୍ସ ଜାଲରେ ପ୍ରୋଗାମିଂ ଅଫିସର !

ଭିଲାନ୍ସ ଜାଲରେ ପ୍ରୋଗାମିଂ ଅଫିସର !

ଭଦ୍ରକ : ଭଦ୍ରକ ଜିଲ୍ଲା ଡରାଡିଏ ଅଧିକାରୀ ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲନ୍ସର ଚଡାଉ । ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ର କମ୍ପୁଟର ପ୍ରୋଗାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କର କାର୍ଯ୍ୟକଳାପ ସମୟରେ, କୋଟିଏ ଟଙ୍କାରୁ ଅଧିକ ସମ୍ପତି ଥିବା ନେଇ ତାଙ୍କ ଘରେ ଭିଜିଳାନ୍ସ ଚଢାଉ କରାଯାଇଛି । ଏକକାଳୀନ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଅଫିସରଙ୍କ କାର୍ଯ୍ୟଳୟ,ଭଦ୍ରକ ସ୍ଥିତ ପୈତୃକ ଘର, ଭଦ୍ରକ କୁଆଁସ ସ୍ଥିତ ଶଶୁର ଘର, ପୁରୀସ୍ଥିତ ଘର, ଭୁବନେଶ୍ୱର ସ୍ଥିତ ଘରେ ଚଢାଉ କରାଯାଇଛି । ତେବେ ଚଢଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାଯାଇଛି ।