Home ରାଜ୍ୟ ଜୁଲାଇ ୩୧ ଯାଏ ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ

ଜୁଲାଇ ୩୧ ଯାଏ ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ

ବ୍ରହ୍ମପୁର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଓଡିଶା ମଧ୍ଯ ବେଶ୍ ପ୍ରଭାବିତ ହୋଇଛି । ଖାସ୍ କରି ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ନିଜର ଉଗ୍ର ରୂପ ଦେଖାଇଛି । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି।

“ଜରୁରୀକାଳୀନ ପରିସ୍ଥିତି ନ ହେଲେ ଦୟାକରି ଯାତ୍ରା କରନ୍ତୁ ନାହିଁ | କେବଳ ଘରେ କିମ୍ବା ଆପଣଙ୍କ କର୍ମକ୍ଷେତ୍ରରେ ରୁହନ୍ତୁ | ସାମାଜିକ ଦୂରତା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ବାହ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ | ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଆଜି ଟୁଇଟ୍ କରି ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । କାରଣ ଜିଲ୍ଲାରେ ୧୪୦୦ରୁ ଅଧିକ ଲୋକ ଏହି କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏହା ବ୍ୟତୀତ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।