Home ରାଜ୍ୟ ଲାଗିଗଲା ବିଦ୍ୟୁତ, ଜଳିଗଲା ପାଉଡର ବୋଝେଇ ଟ୍ରକ!

ଲାଗିଗଲା ବିଦ୍ୟୁତ, ଜଳିଗଲା ପାଉଡର ବୋଝେଇ ଟ୍ରକ!


କେନ୍ଦୁଝର: କେନ୍ଦୁଜର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କ୍ଷୀରେଇଟାଙ୍ଗିରେ ଅଘଟଣ । ଚଳନ୍ତା ଅବସ୍ତାରେ ଜଳିଗଲା ଟ୍ରକ । ତେବେ ଆଜି ଏକ ୧୨ଚକିଆ ଟ୍ରକ ପାଉଡର ବୋଝେଇ କରି ମୁମ୍ବାଇରୁ କୋଲକତା ଯାଉଥିବାବେଳେ ସଟସର୍କିଟ ଲାଗି ଜଳିଥିବା ଅନୁମାନ କରାଯାଉଛି । ତେବେ ଟ୍ରକରେ ଧୁଆଁ ଦେଖି ଟ୍ରକ ଡାଇଭର ଏବଂ ହେଲପର ଗାଡିରୁ ଡେଇଁପଡିଥିଲେ । ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ହେଲପର ଉ ଡ୍ରାଇଭର । ସେପଟେ ଖବର ପାଇ ଦମକଳବାହିନୀ ଏବଂ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଲରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅନ୍ୟପଟେ ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି । ତେବେ ରାସ୍ତାରେ ଟ୍ରକଟି ଜଳୁଥିବା ଯୋଗୁଁ ଗାଡି ଚଳାଚଳ ସମ୍ୂର୍ଣ୍ଣ ଠପ ହୋଇଯାଇଥିଲା ।