ବିହାର: ପୁଣି ରୋଳ ଟ୍ରାକରୁ ଖସିଗଲା ଏକ୍କପ୍ରେସ ଟ୍ରେନ । ଆଜି ବିହାରର ବୈଶାଳୀ ଜିଲ୍ଲାରରେ ସୀମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନର ନଅଟି ବଗି ଲାଇନ ଚ୍ୟୁତ ହୋଇଛି । ଯାହାଫଳରେ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଜି ସୀମାଞ୍ଚଳ ଏକ୍ସପ୍ରେସ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଇଥିବା ବେଳେ ବୈଶାଳୀ ନିକଟରେ ଦୁର୍ଘଟଣା ହୋଇଛି । ଦ୍ରୁତ ଗତି ଯୋଗୁଁ ୩ଟି ବଗି ଓଲଟି ପଡ଼ିଥିବା ବେଳେ ଅନ୍ୟ ୬ଟିବଗି ତଳକୁ ଖସିପଡ଼ିଥିଲା । ଅନ୍ୟପଟେ ୫ବର୍ଷ ମଧ୍ୟରେ ଦେଶରେ ସାଧାରଣ ରେଳ ଦୁର୍ଘଟଣା ସୀମା ଲଙ୍ଘିଲାଣି । ଏପଟେ ସାଧାରଣ ରେଳକୁ ଭିତ୍ତିଭୁମି ନଥିବା ବେଳେ ମୋଦି ସରକାର କେଉଁଠି ଚଲାଇବେ ସପ୍ନର ବୁଲେଟ ଟ୍ରେନ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।