Home ରାଜ୍ୟ ଚୋରି କରିବା ବେଳେ ଫସିଗଲେ ଚୋର; ଖୋଲିଗଲା ମାଡ଼ହାଣ୍ଡି ନିର୍ଧୁମ ଛେଚା ଖାଇ ଗୁରୁତର !

ଚୋରି କରିବା ବେଳେ ଫସିଗଲେ ଚୋର; ଖୋଲିଗଲା ମାଡ଼ହାଣ୍ଡି ନିର୍ଧୁମ ଛେଚା ଖାଇ ଗୁରୁତର !


ବାଲେଶ୍ୱର: ଚୋରି କରି ଧନୀ ହେବା ନିଶା ଉତୁରୀ ଗଲା , ୩ ଯୁବକ ଚୋରି କରିବା ସମୟରେ ଧରାପଡ଼ି ନିର୍ଧୁମ ଛେଚା ଖାଇ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ୍ କୁଳିନ୍ଦା ଗାଁରେ ଏପରି ମାଡ଼ ହାଣ୍ଡିର ଗପପରୀ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଚୋରି କରୁଥିବା ସମୟରେ ଗ୍ରାମବାସୀ ଚୋରକୁ କାବୁକରି ବାନ୍ଧି ପ୍ରବଳ ଛେଚିବା ସହ ସେମାନଙ୍କ ଠାରୁ ଏକ ଓମିନ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀକୁ ଜବତ କରିଛନ୍ତି । ସୂଚନାମୁତାବକ ଉକ୍ତ ଯୁବକର ଘର କମର୍ଦା ଥାନା ବାହାର୍ଦା ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ଯୁବକକୁ ନିଜ ହେପାଜତକୁ ନେବା ସହ ବାସ୍ତବ ସତ୍ୟର ରହସ୍ୟ ଖୋଜୁଛି ।