Home ଦେଶ- ବିଦେଶ ଜୁନ୍ ଶେଷ ଯାଏଁ ଓଡ଼ିଶାକୁ ବିମାନ ଓ ଟ୍ରେନ କଟକଣା ଜାରି ରଖାଯାଉ: ନବୀନ

ଜୁନ୍ ଶେଷ ଯାଏଁ ଓଡ଼ିଶାକୁ ବିମାନ ଓ ଟ୍ରେନ କଟକଣା ଜାରି ରଖାଯାଉ: ନବୀନ

ଭୁବନେଶ୍ୱର: କୋଭିଡ ସ୍ଥିତି ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ବେଳେ ପଟ୍ଟନାୟକ ତାଙ୍କ ଆଗରେ ତିନିଟି ପ୍ରସ୍ତାବ ରଖିଛନ୍ତି । ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା କରାଯିବାକୁ ସେ ଦାବି ରଖିଛନ୍ତି । କୋଭିଡ ସ୍ଥିତି ଦୃଷ୍ଟିରୁ ବର୍ତ୍ତମାନ ଚାରିଟି ଷ୍ଟ୍ରିମର ୨୩ରୁ ଅଧିକ ପରୀକ୍ଷା ବାକି ଅଛି । ଜୁଲାଇ ୧ରୁ ୧୫ ଭିତରେ ଏହି ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ  ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରର ପରୀକ୍ଷା କରାଯିବାକୁ ଦାବି ରଖିଛନ୍ତି ସେ । ଏପରିକି NEET‌, JEE ମେନ୍‌ ଓ CLAT ଭଳି ପରୀକ୍ଷା ପରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ।

ଉପସାଗରୀୟ ଦେଶରେ ଫସିଥିବା ଓଡ଼ିଆଙ୍କୁ ଆଣିବାକୁ ମଧ୍ୟ ଅନୁରୋଧ କରିଛନ୍ତି ନବୀନ । କମ ଦରମା ପାଉଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଆଲୋଚନା କାଳରେ ନବୀନ ମୋଦିଙ୍କୁ ଅନୁରୋଧ କରିଛନ୍ତି । ସେହି ପରି ତୃତୀୟ ପ୍ରସ୍ତାବଟି ଓଡ଼ିଶାକୁ ବିମାନ ଓ ଟ୍ରେନ୍‌ ସେବା କଟକଣା ଜାରି ରଖିବାକୁ କହିଛନ୍ତି । ମୌସୁମୀ ବର୍ଷା ଓ ଅଧିକ ସଂଖ୍ୟାରେ ପ୍ରବାସୀ ଆସିଥିବାରୁ ଜୁନ୍‌ ମାସ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି ନବୀନ।

ପ୍ରତି ଦିନ ବଭିନ୍ନ ରାଜ୍ୟରୁ ଓଡିଶାକୁ ପ୍ରବାସୀମାନେ ଫେରୁଛନ୍ତି । ଆଜି ୨,୪୯୮ ଜଣ ଓଡ଼ିଆ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୫୬ ହଜାର ଓଡ଼ିଆ ଫେରିଛନ୍ତି । କେବଳ ଶ୍ରମିକ ଟ୍ରେନରେ ୩ ଲକ୍ଷରୁ ଅଧିକ ଫେରିଛନ୍ତି। ସମସ୍ତଙ୍କ ରହିବା ପାଇଁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ୁଥିବା ବେଳେ ଆଗକୁ ମୌସୁମୀ ରହୁଛି । ତେଣୁ ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓଡ଼ିଶାକୁ ବିମାନ ଓ ଟ୍ରେନ କଟକଣା ଜାରି ରଖିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ଡ଼ିଶା ସମେତ ମହାରାଷ୍ଟ୍ର, ଦିଲ୍ଲୀ, ବିହାର, ପଶ୍ଚିମ ବଙ୍ଗ, ତାମିଲ ନାଡୁ, ଗୁଜୁରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, କାର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ହରିୟାଣା, ତେଲେଙ୍ଗାନା ଓ ଜାମ୍ମୁ କାଶ୍ମୀର ଆଧି ୧୫ଟି ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି ମୋଦି । ଦୁଇ ଦିନ ଧରି ପ୍ରଧାନ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହିତ ଆଲୋଚନା କରୁଛନ୍ତି । ଗତ କାଲି ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ ।

ବର୍ତ୍ତମାନ କଟକଣା କୋହଳ ହୋଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହ ସମସ୍ତ ରାଜ୍ୟ ଏକାଠି ହୋଇ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି ମୋଦି । ସବୁ ନିୟମ ମାନି ଚଳିଲେ କୋଭିଡ କ୍ଷତି କାମ ହୋଇପାରିବ ବୋଲି ସେ କହିଛନ୍ତି । କୋଭିଡ ସ୍ଥିତି ଭିତରେ ପ୍ରାୟ ୫ ଥର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେଣି ପ୍ରଧାନ ମନ୍ତ୍ରୀ । ମୁଖ୍ୟ ମନ୍ତ୍ରୀମାନଙ୍କ ଅନେକ ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଜୁନ ମାସକୁ ନିର୍ଣ୍ଣାୟକ କହିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି । ଏହି ୧୭ ଦିନରେ ରାଜ୍ୟରେ ୨,୩୯୦ ଜଣ ପଜିଟିଭ ଚିହ୍ନଟ ହେବା ଏହାର ସତ୍ୟତାକୁ ପ୍ରମାଣିତ କରୁଛି । ଏହି ମାସରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ବି ଘଟିଲାଣି ।